www.samajalive.in
Sunday, December 7, 2025
15.1 C
Bhubaneswar

ହିନ୍ଦୁଧର୍ମ ପ୍ରତି ଅପମାନଜନକ ମନ୍ତବ୍ୟକୁ ବ୍ରାହ୍ମଣ ସମାଜର ବିରୋଧ, ସ୍ୱତନ୍ତ୍ର ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଫୁଲବାଣୀ: ହିନ୍ଦୁଧର୍ମର ବିଚାରଧାରା ଓ ବିଭିନ୍ନ ଧାର୍ମିକ ଚରିତ୍ର, ଉପାସନା ଓ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କରିବାକୁ ପ୍ରବର୍ତ୍ତାଇ ସେମାନଙ୍କୁ ଶୋଷଣ କରୁଥିବା ଭଳି ନାନା ପ୍ରକାର ମନ୍ତବ୍ୟ ଜନୈକ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଏବଂ ହିନ୍ଦୁ ଦେବାଦେବୀଙ୍କ ବିଷୟରେ ଭର୍ତ୍ସନା କରିବା ସହିତ ସେମାନଙ୍କ ନାମରେ ମିଥ୍ୟା ଏବଂ ଅଶ୍ଳୀଳ ମନ୍ତବ୍ୟ ଦେବା ଘଟଣାକୁ କନ୍ଧମାଳ ବ୍ରାହ୍ମଣ ସମାଜ ବିରୋଧ କରିବା ସହିତ ଆଜି ଏହି ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ କନ୍ଧମାଳ ବ୍ରାହ୍ମଣ ସମିତି ପକ୍ଷରୁ ପ୍ରଦାନ କରାଯାଇଛି। ଜିଲା ସଭାପତି ପିତାମ୍ବର ମିଶ୍ରଙ୍କ ନେତୃତ୍ୱରେ ସମିତିର ସମ୍ପାଦକ ବାଉରିବନ୍ଧୁ ମିଶ୍ର, ସଂଗଠନ ସମ୍ପାଦନ ପରେଶ ମହାପାତ୍ର ସଦସ୍ୟ ଯଦୁନାଥ ସାହୁ, ନିରଞ୍ଜନ ପାଣ୍ଡେ, ନବକିଶୋର ରଥଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ମିଶି ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ଏଥିରେ ବିଭିନ୍ନ ଦାବି ସଂପର୍କରେ ଉଲ୍ଲେଖ କରାଯାଇଛି। ବିଶେଷ କରି ଗତ କଛିିଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମରେ ବ୍ରାହ୍ମଣ ସମାଜ ଲୋକଙ୍କୁ ପୂଜାବିଧି ଜରିଆରେ ଶୋଷଣ କରୁଥିବା ଏବଂ ଦେବାବଦେବୀ ମାନଙ୍କ ବିଷୟରେ ଅଶ୍ଳିଳ ମନ୍ତବ୍ୟ ପ୍ରଦାନ କରିଥିବା ବିଷୟକୁ ନିନ୍ଦା କରାଯିବା ସହିତ ହିନ୍ଦୁଧର୍ମର ଦେବାଦେବୀ ମାନଙ୍କୁ ଆଦିମ କାଳରୁ ବ୍ରାହ୍ମଣମାନେ ପୂଜା କରିଆସୁଛନ୍ତି। ବିଭିନ୍ନ ବର୍ଗର ଲୋକେ ମଧ୍ୟ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଆସିଛନ୍ତି ସେମାନଙ୍କର ନିଜ ଆଗ୍ରହ ଏବଂ ଭକ୍ତିରେ ବୋଲି ଉଲ୍ଲେଖ କରାଯାଇଛି। ଏଭଳି ମନ୍ତବ୍ୟ ପ୍ରସାର କରିବା ଦ୍ୱାରା ଲୋକଙ୍କର ଭାଇଚାରା ଭାବକୁ କୁଠାରଘାତ କରିଛି ବୋଲି ଉଲ୍ଲେକ କରାଯିବା ସହିତ ଜିଲ୍ଲା ପ୍ରଶାସନ ଏହିଭଳି ପ୍ରଚେଷ୍ଟାକାରୀଙ୍କ ପ୍ରତି ସଚେତନ ରହିବା ସହିତ ସେମାନଙ୍କୁ ଏଥିରୁ ନିବୃତ କରିବାରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବୀ କରିଛି ଜିଲ୍ଲା ବ୍ରାହ୍ମଣ ସମିତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories