www.samajalive.in
Tuesday, December 9, 2025
16.1 C
Bhubaneswar

ହବିଷ୍ୟାଳୀଙ୍କ ପାଇଁ କଟକଣା : ପୁରୀ ନ ଆସିବା ପାଇଁ ବାରଣ କଲା ପୁରୀ ପ୍ରଶାସନ

ପୁରୀ : ପ୍ରତିବର୍ଷ କାର୍ତ୍ତିକ ମାସ ଆସିଲେ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଲାଗିଥାଏ ।କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ପୁରୀରେ ହବିଷ୍ୟାଳୀଙ୍କ ଭିଡ ଦେଖିବାକୁ ମିଳିବନି । କାରଣ ପୁରୀକୁ ହବିଷ୍ୟାଳୀମାନଙ୍କୁ ନଆସିବାକୁ ନିବେଦନ କରିଛନ୍ତି ପୁରୀ ପ୍ରଶାସନ । କରୋନା କଟକଣା ପାଇଁ ପୁରୀ ପ୍ରଶାସନ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରିନଥିବା ବେଳେ ହବିଷ୍ୟାଳୀମାନେ ମଧ୍ୟ ପୁରୀ ନଆସନ୍ତୁ ବୋଲି ପୁରୀ ଉପଜିଲାପାଳ କହିଛନ୍ତି।

ପୁରୀ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ କୌଣସ ହବିଷ୍ୟାଳୀ ପୁରୀ ଆସନ୍ତୁନାହିଁ।ଯଥା ସମ୍ଭବ ହବିଷ୍ୟାଳୀ ଘରୁ ବାହାରନ୍ତୁ ନାହିଁ ବୋଲି କୁହାଯାଇଛି। କଟକଣା ଅନୁସାରେ, ଅତିଆବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସନ୍ତୁ ନାହିଁ । ହବିଷ୍ୟାଳୀଙ୍କୁ ନଆସିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories