www.samajalive.in
Tuesday, December 9, 2025
17.1 C
Bhubaneswar

ବିଜେଡି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ମହାମାରୀ କରୋନାକୁ ମୁଳପୋଛ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆକ୍ଟୋବର ୨ ଗାନ୍ଧୀଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ କେରୋନା ସଚେତନାତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳଜିଲ୍ଲା ଫିରିଙ୍ଗିଆ ଫିରିଙ୍ଗିଆଠାରେ ଆଜି ସ୍ଥାନୀୟ ବିଜେଡ଼ି ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଂଚାୟତ ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତି ବିଷ୍ଣୁଚରଣ ମଲ୍ଲିକ, ଜିଲା ପରିଷଦ ଉପାଧ୍ୟକ୍ଷା ସାରତି ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ଜୟଶ୍ରୀ କହଁର, ଜିଲା ଛାତ୍ର ସଭାପତି ସୁନିଲ୍‍ କୁମାର ସେଠୀ, ଦକ୍ଷିଣ ଓଡ଼ିଶା ଯୁବ ଛାତ୍ର ସଂପାଦକ ଶତୃଘନ ମହାନନ୍ଦିଆ, ଯୁବନେତା ପ୍ରକଶ କୁମାର ରଣା, ମିଟୁ ନାଏକ, ଶଙ୍କର ପ୍ରଧାନ, ଧୃବ ଚରଣ ନାଏକ, ବରିଷ୍ଠ ବିଜେଡ଼ି ନେତା ପ୍ରମୋଦ କୁମାର ସିଓ, ଫିରିଙ୍ଗିଆ ପଂଚାୟତ ସମିତିସଭ୍ୟ ପ୍ରତାପ ସାହୁଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀମାନେ ସାମିଲ୍‍ ହୋଇ ବ୍ଲକ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଫିରିଙ୍ଗିଆ ସହର ପରିକ୍ରମା କରିବା ସହିତ ବହୁ ବ୍ୟକ୍ତିଙ୍କ କରୋନା ନେଇ ସଚେତନ କରିବା ସହିତ ମାକ୍ସ ପ୍ରଦାନ କରିଥିଲେ। ଶୋଭାଯାତ୍ରା ପରେ ସମସ୍ତେ ମା ପିତାବଳୀଙ୍କ ମନ୍ଦିରରେ ପହଁଚି ସେଠାର ଉପସ୍ଥିତ ଜନତାଙ୍କୁ ମଧ୍ୟ ମାକ୍ସ ପ୍ରଦାନ କରିବା ସହିତ ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ହାତ ଧୋଇବା ଓ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସୁରକ୍ଷିତ ରଖିବା ଉପରେ ପରାମର୍ଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories