www.samajalive.in
Monday, December 8, 2025
24.1 C
Bhubaneswar

ସପ୍ତାହେ ବିତିଲା, ନିଖୋଜ ଫରେଷ୍ଟ ଗାର୍ଡଙ୍କ ମିଳୁନି ପତ୍ତା

ଲାଞ୍ଜିଗଡ଼: ସପ୍ତାହେରୁ ଊର୍ଦ୍ଧ୍ବ ବିତିବାକୁ ବସିଲାଣି, କିନ୍ତୁ ନିଖୋଜ ଥିବା ଫରେଷ୍ଟଗାର୍ଡ ସୁହାଗରଞ୍ଜନ ପଣ୍ଡାଙ୍କ ପତ୍ତା ମିଳୁନି। ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନରେ କାର୍ଯ୍ୟରତ ଫରେଷ୍ଟଗାର୍ଡ ଶ୍ରୀ ପଣ୍ଡା ସପ୍ତାହେ ତଳେ ଖିକସାଭଟାଠାରେ ନବନିର୍ମିତ ଆମ ଜଙ୍ଗଲ ଯୋଜନାର ଏକ ଗୃହର ନିରୀକ୍ଷଣ ପାଇଁ ବାହାରିଥିଲେ। ସେଠାରୁ ସେ ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକେ ଓ ବନବିଭାଗ ପକ୍ଷରୁ ନର୍ଲା ଥାନାରେ ଏତଲା ଦିଆଯାଇଥିବାବେଳେ ପୁଲିସର ଛାନବିନ ସତ୍ତ୍ବେ ଶ୍ରୀ ପଣ୍ଡାଙ୍କ ସମ୍ପର୍କରେ କୌଣସି ଖୋଜଖବର ନମିଳିବା ଉଭୟ ବନ ବିଭାଗ ଓ ପୁଲିସର ଚିନ୍ତା ବଢାଇଦେଇଛି। ଏପରିକି ଫରେଷ୍ଟଗାର୍ଡଙ୍କ ପରିବାରରେ କାନ୍ଦବୋବାଳି ପଡିଥିବାବେଳେ ସେମାନେ ଯାହାକୁ ଦେଖିଲେ ନିଜ ପୁଅକୁ ଖୋଜିଆଣିଦେବାକୁ ନେହୁରା ହେଉଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories