www.samajalive.in
Thursday, December 11, 2025
27.1 C
Bhubaneswar

ସୁନ୍ଦର ଓଠର ରସହ୍ୟ ଲିପଷ୍ଟିକ

ଓଠର ମେକପଅ ହିଁ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରି ଦେଇଥାଏ। ଏହାସହ ଆପଣଙ୍କୁ ଏକ ଆକର୍ଷଣୀୟ ଲୁକ ମଧ୍ୟ ଦେଇଥାଏ। ଓଠର ମେକପାଇଁ ଲିପଷ୍ଟିକ, ଲିପ ଲାଇନର,ଗ୍ଲସ ଆଦିର ବ୍ୟବହାର କରାଯାଇଥାଏ। ନିଜର ମୁହଁର ରଙ୍ଗ ଅନୁଯାୟୀ ଆପଣ ଲିପଷ୍ଟକ ବାଛି ଲଗାଇବା ଆବଶ୍ୟକ। ଲିପଷ୍ଟିକ ମୁହଁର ସୌନ୍ଦର୍ଯ୍ୟ ବଢାଇବା ସହ ଏହାର ବହୁ ଉପକାରିତା ଗୁଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା
ସୂର୍ୟ୍ୟକିରଣରୁ ଏହା ଓଠକୁ ରକ୍ଷା କରିବା ସହ ଓଠକୁ କୋମଳ କରିଥାଏ।
ସଠିକ ରଙ୍ଗର ଲିପଷ୍ଟିକ ବାଛି ଲଗାଇଲେ ଆପଣଙ୍କ ସୌନ୍ଦର୍ଯ୍ୟ ବଢିଯାଏ।
ଲିପଷ୍ଟିକ ଲଗାଉଥିବା ମହିଳାମାନେ ଅଧିକ ଆତ୍ମବିଶ୍ୱାସୀ ଓ ଧୈର୍ୟ୍ୟବାନ ବୋଲି ମଧ୍ୟ ଏକ ଗବେଷଣାରୁ ଜଣାପଡ଼ିଛି।
ଏହା ମସ୍ତିଷ୍କକୁ ଶାନ୍ତ ରଖିବା ସହ ମହିଳାଙ୍କୁ ସଶକ୍ତ କରିଥାଏ।
ଫଳରେ କଠିନ ପରିସ୍ଥିତିରେ ମଧ୍ୟ ସାହସର ସହ କାର୍ଯ୍ୟ କରିଥାଆନ୍ତି।
ନିଜର ପୋଷାକ ସହ ଲିପଷ୍ଟିକ ରଙ୍ଗ ମ୍ୟାଚ କରି ଲଗାଇବା ଦ୍ୱାରା ଆପଣଙ୍କ ଭିନ୍ନ ଲୁକ ଓ ସୁନ୍ଦରତା ବଢିଯାଏ।
ଜାଣନ୍ତୁ ଲିପଷ୍ଟିକ ଚୟନ କରିବେ କିପରି
ଯଦି ଆପଣଙ୍କ ମୁହଁର ରଙ୍ଗ ଗୋରା ତେବେ ଆପଣ ସମସ୍ତ ରଙ୍ଗର ଲିପଷ୍ଟିକ ଲଗାଇ ପାରିବେ। ମାତ୍ର କୌଣସି ପୂଜାପର୍ବ, ବିବାହ ଭୋଜି ଭଳି ସ୍ୱତନ୍ତ୍ର ସମୟରେ ଲାଲ, କମଳା, ପିଚ୍‍ , ଗୋଲାପି ଆଦି ରଙ୍ଗର ଲିପଷ୍ଟିକ ଲଗାଇବା ଦ୍ୱାରା ଆପଣଙ୍କ ସୁନ୍ଦରତା ଦୁଇଗୁଣ ବଢିଯାଏ।
ସାଧାରଣତଃ ଖରା ସମୟରେ ବାହାରକୁ ଗଲେ ପିଚ୍‍ , ହାଲକା ଗୋଲାପି ରଙ୍ଗର ଲିପଷ୍ଟିକ ବ୍ୟବହାର କରନ୍ତୁ।
ସନ୍ଧ୍ୟା ସମୟରେ ବାହାରକୁ ଗଲେ ଲାଲ, ଚେରି ରଙ୍ଗ, ଜାମୁକୋଳି ରଙ୍ଗର ଲିପଷ୍ଟିକ ବ୍ୟବହାର କରନ୍ତୁ। ଏହା ଦ୍ୱାରା ମୁହଁ ଖୁବ ସୁନ୍ଦର ଦେଖାଯାଏ।
ଆପଣଙ୍କ ମୁହଁର ରଙ୍ଗ ଯଦି ଅଳ୍ପ ଗୋରା ତେବେ ଦିନ ସମୟରେ କମଳା ରଙ୍ଗ, ଡ଼ିପ ବ୍ରାଉନ ଏଭଳି ରଙ୍ଗ ଲଗାନ୍ତୁ।
ସନ୍ଧ୍ୟା ସମୟରେ ଅଳ୍ପ ଲାଲ, ମେରୁନ ଆଦି ରଙ୍ଗ ଲଗାନ୍ତୁ।
ଲିପଷ୍ଟିକ୍‍ ଲଗାଇବା ପୂର୍ବରୁ ଧ୍ୟାନ ଦେବେ ଯେ, ଆପଣଙ୍କ ଓଠ ଫାଟି ନାହିଁ ତ, କାରଣ ଓଠ ଫାଟିଥିଲେ ଏହା ଲଗାଇବା ଦ୍ୱାରା ତାହା ସଠିକ ଦେଖାଯାଏ ନାହିଁ। ଓଠର ରଙ୍ଗ ଓ ଲିପଷ୍ଟିକ୍‍ର ରଙ୍ଗ ଉଭୟ ଦେଖାଯିବା କାରଣରୁ ମୁହଁର ସୌନ୍ଦର୍ୟ୍ୟ ନଷ୍ଟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଓଠରେ ଲିପ୍‍ବାମ୍‍ କିମ୍ବା ଗ୍ଲିସେରିନ ଲଗାଇ ଏହା ପରେ ଲିପଷ୍ଟିକ୍‍ ଲଗାନ୍ତୁ।
ଲିପଷ୍ଟିକ୍‍ ଲଗାଇବା ପୂର୍ବରୁ ଲିପ୍‍ ଲାଇନର ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ଓଠକୁ ଏକ ନିର୍ଦ୍ଦିଷ୍ଟ ଆକାର ମିଳିଥାଏ। ଲିପଷ୍ଟିକ୍‍ ଲଗାଇବା ପରେ ଓଠ ସହ ମୁହଁ ଖୁବ ସୁନ୍ଦର ଦେଖାଯାଏ।
ଆପଣଙ୍କ ମୁହଁକୁ ମ୍ୟାଚ୍‍ କରିବା ଭଳି ଲିପଷ୍ଟିକ୍‍ ରଙ୍ଗ ଚୟନ କରନ୍ତୁ। ଏତଦ ବ୍ୟତୀତ ଏହାକୁ ଲଗାଇବା ସମୟରେ ୨ ରୁ ୩ ଥର ଲଗାନ୍ତୁ।
ପ୍ରଥମେ ଲଗାଇବା ପରେ ହାଲକାରେ ସାମାନ୍ୟ ପାଉଡ଼ର ଓଠରେ ଲଗାଇ ପୁଣି ଏହା ଉପରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଓଠରେ ଅଧିକ ସମୟ ଲିପଷ୍ଟିକ ରହିବା ସହ ସୁନ୍ଦର ମଧ୍ୟ ଦେଖାଯାଏ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories