www.samajalive.in
Monday, December 8, 2025
27.1 C
Bhubaneswar

ତ୍ରିରଙ୍ଗା ଧରିବାକୁ ମନାକଲେ ମେହବୁବା

ଶ୍ରୀନଗର : ଦୀର୍ଘ ୧୪ମାସ ପରେ ଗୃହବନ୍ଦୀରୁ ମୁକ୍ତ ହୋଇଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଶ୍ରୁକ୍ରବାର ସାମ୍ବାଦିକ ସମ୍ମିଳନୀ ଡକାଇ ବିଜେପିକୁ ସମାଲୋଚନା କରିଛନ୍ତି। ମେହବୁବା କହିଛନ୍ତି ଯେ ସମ୍ବିଧାନର ନିୟମ ଆଧାରରେ ଦେଶର ଶାସନ ଚାଲିବ। ବିଜେପିର ନିର୍ବାଚନ ଇସ୍ତାହାର ଆଧାରରେ ଦେଶ ଚାଲିବ ନାହିଁ। ମେହବୁବା କହିଛନ୍ତି ଯେ ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ପୁନର୍ବାର କାର୍ଯ୍ୟକାରୀ କରିବା ଦିଗରେ ସେ କାର୍ଯ୍ୟ କରିବେ। ଏହା ସହିତ ଜାମ୍ମୁ-କାଶ୍ମୀରର ସ୍ବତନ୍ତ୍ର ପତାକାକୁ ଫେରାଇ ଆଣିବା ପରେ ସେ ତ୍ରିରଙ୍ଗା ପତାକା ଧରିବେ ବୋଲି କହିଛନ୍ତି। ଆମର ସ୍ବତନ୍ତ୍ର ପତାକା (ଜାମ୍ମୁ-କାଶ୍ମୀର ପତାକା) ଫେରାଇ ନ ଆଣିବା ପର୍ଯ୍ୟନ୍ତ ଆମେ ଅନ୍ୟ କୌଣସି ପତାକା ଧରିବୁ ନାହିଁ ବୋଲି ମେହବୁବା କହିଛନ୍ତି। ଜାମ୍ମୁ-କାଶ୍ମୀର ପତାକା ଆମ ହାତକୁ ଆସିବା ପରେ ଆମେ ଅନ୍ୟ ପତାକା ଧରିବୁ। ନାଗରିକ ସୁରକ୍ଷା ଆଇନ (ପିଏସଏ) ଅଧିନରେ ଦୀର୍ଘ ୧୪ ମାସ ଅଟକ ରହିବା ପରେ ମେହବୁବା ଅକ୍ଟୋବର ୧୩ରେ ମୁକ୍ତ ହୋଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories