www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଭାସଙ୍କ ଜନ୍ମଦିନରେ ସାମ୍ନାକୁ ଆସିଲା ‘ରାଧେଶ୍ୟାମ୍‍’ର ମୋଶନ୍‍ ପୋଷ୍ଟର

ମୁମ୍ବଇ: ବାହୁବଳୀ ଷ୍ଟାର ପ୍ରଭାସ ଶୁକ୍ରବାର ୪୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିବା ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାଧେଶ୍ୟାମ୍‍’ର ମୋଶନ୍‍ ପୋଷ୍ଟର ରିଲିଜ୍‍ ହୋଇଛି। ଦର୍ଶକମାନେ ଏହାକୁ ବେଶ୍‍ ପସନ୍ଦ ମଧ୍ୟ କରିଛନ୍ତି। ଉଭୟ ପ୍ରଯୋଜନା ସଂସ୍ଥା ୟୁଭି କ୍ରିଏସନ୍‍ସ ଓ ପ୍ରଭାସ ଏହି ଭିଡିଓକକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

ଭିଡିଓରେ ପ୍ରଥମେ ଏକ ରହସ୍ୟମୟ ଜଙ୍ଗଲ ଦେଖିବାକୁ ମିଳୁଛି। ଏହାପରେ ଟ୍ରେନ୍ ଦୃଶ୍ୟମାନ ହେଉଛି। ସେହି ଟ୍ରେନ୍ ଭିତରେ ପ୍ରସିଦ୍ଧ ପ୍ରେମୀ ଯୁଗଳ ବିକ୍ରମାଦିତ୍ୟ ଓ ପ୍ରେରଣାଙ୍କ ଝଲକ ଦେଖିବାକୁ ମିଳୁଛି। ଯାହା ଏହି ଫିଲ୍ମର ମୋଶନ ଭିଡିଓକୁ ଅଧିକ ରୋମାଞ୍ଚକର କରିଦେଉଛି।

- Advertisement -

ସୂଚନାଯୋଗ୍ୟ, ‘ରାଧେଶ୍ୟାମ୍‍’ ୟୁରୋପର ଏକ ପ୍ରସିଦ୍ଧ ପ୍ରେମ କାହାଣୀକୁ ନେଇ ନିର୍ମାଣ କରାଯାଇଛି। ଯେଉଁଥିରେ ମୁଖ୍ୟ ଭୂମିକାରେ ପ୍ରଭାସ ଓ ପୂଜା ହେଗଡେଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମାଲୟାଲମ ଓ କନ୍ନଡ ଭାଷାରେ ମୁକ୍ତିଲାଭ କରିବ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories