www.samajalive.in
Monday, December 8, 2025
27.1 C
Bhubaneswar

ଅଣାୟତ୍ତ ହେଉଛି ପିଆଜ ଦର : କିଲୋ ୮୦ ଟଙ୍କା ଟପିଲା, ଯୋଗାଣ ବିଭାଗର ନିଘା ନାହିଁ

ଭୁବନେଶ୍ବର :ପାର୍ବଣରେ ପୁଣି କନ୍ଦା‌ଇଲା ପିଆଜ । କିଛି ମାସର ବ୍ୟବଧାନ ପରେ ଏବେ ଖାଉଟିଙ୍କୁ ପୁଣି କନ୍ଦାଇବା ଆରମ୍ଭ କରିଛି ପିଆଜ ଦର ।  ପିଆଜର ଅତ୍ୟଧିକ ଦର ବୃଦ୍ଧିରେ ଅତିଷ୍ଠ ହୋଇଗଲେଣି ଖାଉଟି । ପ୍ରତିବର୍ଷ ଭଳି ଚଳିତବର୍ଷ ପାର୍ବଣରେ ମହଙ୍ଗା ହୋଇଛି ପିଆଜ । ଗତକାଲି ୭୦ ଟଙ୍କା ଥିବା ପିଆଜ କିଲୋ ଆଜି ୮୦ ଟଙ୍କା ଟପିଛି । ଏଥିରୁ ବାଦ୍‌ ପଡିନି ଉତ୍ପାଦନକାରୀ ରାଜ୍ୟ । ଯୋଗାଣ କମ୍‌ ହେବା ଯୋଗୁ ପରିସ୍ଥିତି ଏଭଳି ହୋଇଛି ରାଜଧାନୀ ଭୁବନେଶ୍ବରରେ ବୁଧବାର ପିଆଜ କିଲୋ ପିଛା ୮୦ ଟଙ୍କା ଉପରେ ବିକ୍ରି ହୋଇଛି । ତେବେ ସରକାରଙ୍କ ପକ୍ଷରୁ ଦର ନିୟନ୍ତ୍ରଣ ପାଇଁ ସେଭଳି କିଛି ଦୃଢ ପଦକ୍ଷେପ ନିଆଯାଉ ନ ଥିବାବେଳେ ଏବେ ଖାଉଟି କେବଳ ନୂଆ ଫସଲକୁ ଅପେକ୍ଷା କରିଛନ୍ତି ।

ଦେଶର ଅଧିକାଂଶ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଚଳିତବର୍ଷ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏଥିଯୋଗୁ ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି । ପାଇକାରୀ ପେଣ୍ଠସ୍ଥଳଗୁଡିକରେ ଦର ଉଚ୍ଚା ରହିଥିବା ଯୋଗୁ ଘରୋଇ ବଜାରରେ ଏହାର ମୂଲ୍ୟ ଅଧିକ ହେଉଥିବା ବ୍ୟବସାୟୀ କହୁଛନ୍ତି । ଗତ ତିନି ଦିନ ହେବ ହଠାତ୍‌ ରାଜଧାନୀର ହାଟ ବଜାରଗୁଡିକରେ ପିଆଜ କିଲୋ ପିଛା ୬୦ ରୁ ୮୦ ଟଙ୍କା ଟପିଛି । ରାଜ୍ୟକୁ ଆନ୍ଧ୍ରପ୍ରଦେଶର ଗୁଡ୍ଡୁମ୍‌, ତେଲଙ୍ଗାନାର କର୍ନୋଲ, କର୍ଣ୍ଣାଟକର ବେଙ୍ଗାଲୁରୁ ଓ ଯଶବନ୍ତପୁର, ମଧ୍ୟପ୍ରଦେଶର ଇନ୍ଦୋର ଏବଂ ମହାରାଷ୍ଟ୍ରର ନାସିକ୍‌ରୁ ପିଆଜ ଆସିଥାଏ । ଉତ୍ପାଦନ ପେଣ୍ଠସ୍ଥଳୀଗୁଡିକରେ ଦର ଉଚ୍ଚା ରହୁଥିବା ଯୋଗୁ ରାଜ୍ୟକୁ ଧୀରେ ଧୀରେ ପିଆଜ ଆମଦାନୀ କମିବାରେ ଲାଗିଛି । ଏହାସହ ଲଗାଣ ବର୍ଷା ଦର ଅଧିକ ବଢ଼ାଇ ଦେଇଛି ।

- Advertisement -

ରାଜଧାନୀର ବ୍ୟବସାୟିକ ପେଣ୍ଠସ୍ଥଳ ଆଇଗିଣିଆକୁ ଦୈନିକ ପାଖାପାଖି ୧୫ ଗାଡି (୨୫୦ରୁ ୩୦୦ ଟନ୍‌) ପିଆଜ ଆସୁଥିବାବେଳେ  ଆଜି ମାତ୍ର ୬ ଗାଡି(୧୩୦-୧୫୦ ଟନ୍‌ ପିଆଜ )ଆସିଛି ।  ମଙ୍ଗଳବାର ଆଇଗିଣିଆରେ ପିଆଜ ଦର କ୍ବିଣ୍ଟାଲ ପିଛା ୭୦୦୦ ଟଙ୍କା ରହିଥିବାବେଳେ ଆଜି ତାହା ୭୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ଦୁଇ ଦିନ ତ‌େ‌ଳ ସେଠାରେ ପିଆଜ କ୍ବିଣ୍ଟାଲ ପିଛା ୫,୮୦୦ରୁ ୬୨୦୦ ଟଙ୍କା ରହିଥିଲା । ପାଇକାରୀ ବଜାରରେ ହଠାତ୍‌ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାର ଉପରେ ପଡିଛି । ଯାହା ଫଳରେ ଖୋଲା ବଜାରରେ ପିଆଜ କିଲୋ ପିଛା ୮୦ ଟଙ୍କା ଟପିଛି ।

ଏ ସମ୍ପର୍କରେ କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ, ଆମକୁ ତିନି ଦିନ ହେବ ପିଆଜ କିଣା ଅଧିକ ପଡୁଛି ଯାହା ଫଳରେ ଏହାକୁ ଆମେ ଅଧିକ ଦରରେ ବିକ୍ରି କରୁଛୁ । ଦୁଇ ଦିନ ହେବ ଆଇଗିଣିଆକୁ ୧୨-୧୫ ଗାଡି ସ୍ଥାନରେ ୬ ଗାଡି ପିଆଜ ଆସୁଛି । ଚାହିଦା ତୁଳନାରେ ଯୋଗାଣ କମୁଥିବାରୁ ଦର ବଢୁଛି । ଅନ୍ୟପକ୍ଷରେ ଏହା ଉପର ମତ ରଖି ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ପୁରୁଣା ପିଆଜ ଏବେ ସରି ଆସୁଛି । କେବଳ କର୍ନୋଲ, ଗୁଡୁମ୍‌ ଏବଂ ବେଙ୍ଗାଲୁରୁରୁ ବହୁତ କମ୍‌ ଗାଡି ପିଆଜ ଆସୁଛି । ପିଆଜ ପାଇଁ ସବୁବେଳେ ବାହାର ରାଜ୍ୟ ଉପରେ ନିର୍ଭର ନ କରି  ଆମକୁ ସ୍ବାବଲମ୍ବ‌ୀ ହେବାକୁ ହେବ, ନଚେତ୍‌ ପ୍ରତି ବର୍ଷ‌ ଦଶହରାରୁ ଦୀପାବଳି ଯାଏ ଅଧିକ ଦରରେ ଆମକୁ ପିଆଜ କିଣିବାକୁ ପଡିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ହାଟ ବଜାରରେ ଷ୍ଟକ ସହ ବିକ୍ରି ମୂଲ୍ୟ ଯାଞ୍ଚ କରାଯାଇଥିଲା ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories