www.samajalive.in
Tuesday, December 9, 2025
16.1 C
Bhubaneswar

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ସୁବଳୟା ପ୍ରାଣୀ ଚିକିତ୍ସକ

ସୋନପୁର/ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ସୁବଳୟାର ପ୍ରାଣୀ ଚିକିତ୍ସକ ଡ. ପ୍ରିୟବ୍ରତ ବେହେରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଭେରିଫିକେସନ୍‌ ସାର୍ଟିଫିକେଟ୍‌ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ସୁବଳୟା ଥାନା ଅନ୍ତର୍ଗତ ବଡ଼ଖମାର ଗାଁର ଲକ୍ଷ୍ମଣ ମହାକୁଡ଼ଙ୍କ ନାଁରେ ମୋ ଗୁହାଳ ଯୋଜନା ଅଧୀନରେ ଗୋଟିଏ ଗୁହାଳ ଘର ବୀରମହାରାଜପୁର ବ୍ଲକରୁ ମଞ୍ଜୁର ହୋଇଥିଲା। ତେବେ ଗୁହାଳର ଭେରିଫିକେସନ୍‌ କରି ପ୍ରମାଣପତ୍ର ଦେବାକୁ ବୀରମହାରାଜପୁର ବିଡିଓ ସୁବଳୟା ପ୍ରାଣୀ ଚିକିତ୍ସିକଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ। ସୁବଳୟା ପ୍ରାଣୀ ଚିକିତ୍ସକ ଡ. ବେହେରା ଭେରିଫିକେସନ୍‌ ସାର୍ଟିଫିକେଟ୍‌ ଦେବା ପାଇଁ ଲକ୍ଷ୍ମଣଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ସାର୍ଟିଫିକେଟ୍‌ ଦେବେ ନାହିଁ ବୋଲି କୁଆଡ଼େ କହିଥିଲେ।

ତେବେ ନିରାଶ ହୋଇ ଲକ୍ଷ୍ମଣ ଶେଷରେ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇବା ପରେ ପୂର୍ବ ଯୋଜନା ଅନୁଯାୟୀ, ଆଜି ସକାଳେ ଡ.ବେହେରାଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଲକ୍ଷ୍ମଣ ରାସାୟନିକ ପ୍ରଲେପ ଦିଆ ୫  ହଜାର ଟଙ୍କା ଦେଉଥିବା ବେଳେ ଆଗରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତୁରନ୍ତ ଚଢ଼ଉ କରି ଉକ୍ତ ଟଙ୍କାକୁ ତାଙ୍କ ସାର୍ଟ ପକେଟରୁ ଉଦ୍ଧାର କରିଥିଲେ। ଏହି  ଘଟଣାରେ ଭିଜିଲାନ୍ସ ବିଭାଗ ଆବଶ୍ୟକ କାଗଜପତ୍ର ମଧ୍ୟ ଜବତ କରିବା ସହ ତାଙ୍କ କାର୍ଯ୍ୟାଳୟ ଓ ଭଡ଼ାଘରେ ମଧ୍ୟ ଯାଞ୍ଚ କରିଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ଗିରଫ ପ୍ରାଣୀ ଚିକିତ୍ସକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ଉ ସମୟରେ ସୋନପୁର ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲ, ସମ୍ବଲପୁର ଡିଏସ୍‌ପି ଦାଶରଥି ସେଠୀ, ଇନ୍ସପେକ୍ଟର ସଦାନନ୍ଦ ପାଣି, ତୁଷାରକାନ୍ତ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories