www.samajalive.in
Monday, December 8, 2025
20.1 C
Bhubaneswar

ଅସହାୟଙ୍କ ସାହାରା ହେଲେ ଯୁବ ସଗଠନ, କଲେ ଶବ ସତ୍କାର

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲିଠାରେ ଆଜି ଜଣେ ଅସହାୟ ପରିବାରର ସାହାରା ହେଲେ ଜଣାଶୁଣା ଯୁବ ସଂଗଠନ ଟିମ୍‍ ହ୍ୟୁମାନିଟି କନ୍ଧମାଳର ସଦସ୍ୟମାନେ। ବିନା ଦ୍ୱିଧାରେ ଜଣେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଯୁବ ସ୍ୱେଚ୍ଛାସେବୀମାନଙ୍କର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍‍ ପ୍ରଶଂସା କରିଛନ୍ତି।

ଖବର ପ୍ରକାରେ, ଚକାପାଦ ବ୍ଳକ ଅନ୍ତର୍ଗତ ଘୁଡ଼ୁକାପଦର ଗ୍ରାମରେ ରହୁଥିବା କେ. ଗୌର ଚନ୍ଦ୍ର ପାତ୍ର(୬୪) ରାତ୍ରରେ ହଠାତ୍‍ ଗୁରୁତର ହୋଇ ପଡିଥିବାରୁ ପରିବାରର ସଦସ୍ୟମାନେ ଚିକିତ୍ସା ପାଇଁ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସିତ ଅବସ୍ଥାର ଆଜି ସକାଳ ପ୍ରାୟ ୪ଟାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ ଶବକୁ ଘରକୁ ନେବା ପାଇଁ ଟଙ୍କା ନଥିବା ବେଳେ ଶବଦାହ ପାଇଁ ମଧ୍ୟ ସ୍ୱର୍ଗତ ପାତ୍ରଙ୍କ ସ୍ତ୍ରୀ ଓ ଅନ୍ୟ ସମ୍ପର୍କିୟ ମାନେ ଅସହାୟ ହୋଇ ପଡିଥିଲେ। ଏନେଇ ଅସହାୟ ପରିବାର ଟିକାବାଲି ଟିମ୍‍ ହ୍ୟୁମାନିଟ୍‍ କନ୍ଧମାଳର ସଦସ୍ୟମାନଙ୍କୁ ଅବଗତ କରିବା ସହିତ ସହଯୋଗ ପାଇଁ ନିବେଦନ କରିଥିଲେ। ନିବେଦନ ପ୍ରକାରେ,ଖବର ପାଇଁ ତୁରନ୍ତ ଟିମର ସଦସ୍ୟ ହିରୋ ନାୟକ, ସନ୍ତୋଷ ସୁବୁଦ୍ଧି, ନିଳ ମାଧବ ପାତ୍ର, ସଂଜିବ ମିଶ୍ର, ଶିବ ସେନାପତି ଓ ଅନ୍ୟମାନେ ଡ଼ାକ୍ତରଖାନାରେ ପହଞ୍ଚି ସମସ୍ତ କାଗଜପତ୍ର କାମ ସରିବା ପରେ ଶବକୁ ଗ୍ରହଣ କରିବା ସହିତ ଟିକାବାଲି ସ୍ଥିତ ସାଲୁଙ୍କିନଦୀ ସ୍ମସାନରେ ଦାହ କରିଥିଲେ। ମୃତକଙ୍କ ଜଣେ ସମ୍ପର୍କିିୟ ଏଥିରେ ସାମିଲ୍‍ ହୋଇ ମୁଖାଗ୍ନି ଦେଇଥିଲେ। ମୃତକ ଜଣକ ଜଣେ ବୁଲା ବ୍ୟବସାୟୀ ଓ ଦୀର୍ଘଦିନ ହେଲା ସେ ଘୁଡ଼ୁକାପଦର ଅଞ୍ଚଳରେ ବସବାସ କରୁଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories