www.samajalive.in
Tuesday, December 9, 2025
23.1 C
Bhubaneswar

ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକକୁ ଉଦଘାଟନ କରି ଉଦବୋଧନ ଦେବେ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର(ଆଜି) ସନ୍ଧ୍ୟା ୭ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ରାଣ୍ଡ ଚ୍ୟାଲେଞ୍ଜ ବାର୍ଷିକ ବୈଠକ ୨୦୨୦ର ଉଦଘାଟନୀ ସମାରୋହରେ ଉଦବୋଧନ ଦେବେ। ଏହି ବୈଠକ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ଭାବେ ଅନୁଷ୍ଠିତ ହେବ ଯେଉଁଥିରେ ନୀତି ନିର୍ଦ୍ଧାରକ ଏବଂ ବୈଜ୍ଞାନିକ ନେତୃବୃନ୍ଦଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଏଥିରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ପ୍ରତିକାର ନିମନ୍ତେ ବ୍ୟାପକ ବୈଜ୍ଞାନିକ ସହଯୋଗ ଲାଗି ଆହ୍ୱାନ ଦିଆଯିବ, ଯେଉଁଥିରେ ‘ବିଶ୍ୱ ପାଇଁ ଭାରତ’ ସହିତ କୋଭିଡ-୧୯ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।

ବିଶ୍ୱସ୍ତରୀୟ ପ୍ରମୁଖ ନେତା, ପ୍ରଖ୍ୟାତ ବୈଜ୍ଞାନିକ ଏବଂ ଗବେଷଣାକାରୀ ଏହି ବାର୍ଷିକ ବୈଠକରେ ସାମିଲ ହେବେ, ଯେଉଁମାନେ ମହାମାରୀ ପରେ ବିଶ୍ୱରେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଗତି ପାଇଁ ମହତ୍ତ୍ୱପୂର୍ଣ୍ଣ ପ୍ରାଥମିକତାଗୁଡ଼ିକ ଉପରେ ବ୍ୟାପକ ଆଲୋଚନା କରିବେ ଏବଂ କୋଭିଡ-୧୯ର ପ୍ରବନ୍ଧନ କରିବାକୁ ଆହ୍ୱାନଗୁଡ଼ିକର ପ୍ରତିକାର ଉପରେ ବିସ୍ତୃତ ଭାବେ ଆଲୋଚନା କରିବେ। ଏହି ତ୍ରିବସୀୟ କାର୍ଯ୍ୟକ୍ରମରେ ମହାମାରୀ ସହ ଲଢ଼ିବା ଏବଂ ମହାମାରୀର ମୁକାବିଲା କରିବା ଓ ଅନ୍ତର୍ଜାତୀୟ ସମାଧାନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଏବଂ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ତଥା ଆଉ ଏକ ମହାମାରୀକୁ ରୋକିବା ପାଇଁ ବୈଜ୍ଞାନିକ ହସ୍ତକ୍ଷେପ ସଂକ୍ରାନ୍ତ ବିଷୟ ଉପରେ ବିଭିନ୍ନ କ୍ଷେତ୍ରର ନେତୃବର୍ଗ ଆଲୋଚନା କରିବେ। ଏହି ବାର୍ଷିକ ବୈଠକରେ ୪୦ଟି ଦେଶର ପ୍ରାୟ ୧୬୦୦ ଲୋକ ଅଂଶଗ୍ରହଣ କରିବେ।

- Advertisement -

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଅଧ୍ୟକ୍ଷ ବିଲ୍ ଗେଟସ ଆଲୋଚନାରେ ଭାଗ ନେବେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories