www.samajalive.in
Monday, December 8, 2025
27.1 C
Bhubaneswar

ଅନାସ୍ଥା ପ୍ରସ୍ତାବରେ ଭୋଟ ଦେବେନି ଟିଡିପି ସାଂସଦ ଦିବାକର ରେଡ୍ଡୀ

ନୂଆଦିଲ୍ଲୀ/ହାଇଦରାବାଦ : ଲୋକସଭାରେ ଶୁକ୍ରବାର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବାବେଳେ ଏହା ପୂର୍ବରୁ ତେଲୁଗ ଦେଶମ ପାର୍ଟି (ଟିଡିପି) ସାଂସଦ ଦିବାକର ରେଡ୍ଡୀ ଦଳ ପାଇଁ ଚିନ୍ତାର କାରଣ ହୋଇଛନ୍ତି। ଟିଡିପି ସାଂସଦ ଦିବାକର ରେଡ୍ଡୀ କହିଛନ୍ତି ଯେ ନିଜ ଦଳ ଦ୍ୱାରା ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଏବଂ ଭୋଟିଂ ସମୟରେ ସେ ଗୃହରେ ଅନୁପସ୍ଥିତ ରହିବେ। ଆନ୍ଧ୍ରପ୍ରଦେଶ ଅନନ୍ତପୁର ସାଂସଦ ଦିବାକରଙ୍କ କହିବା ଅନୁସାରେ ସେ ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ଲୋକସଭାକୁ ଯିବେ ନାହିଁ। ଉଲ୍ଲେଖ ଯେ ସେ ବୁଧବାର ବି ଗୃହରେ ଅନୁପସ୍ଥିତ ଥିଲେ। ଟିଡିପି ହ୍ୱିପ୍‍ ଜାରି କରି ନିଜର ସମସ୍ତ ସାଂସଦଙ୍କୁ ଶୁକ୍ରବାର ଏବଂ ସୋମବାର ଉପସ୍ଥିତ ରହିବାକୁ କହିଛି। ରେଡ୍ଡୀ କହିଛନ୍ତି ଯେ ଦଳର ହ୍ୱିପ୍‍ରୁ ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ଏକ ସାମାନ୍ୟ କଥା। ସେମିତି ବି କେନ୍ଦ୍ରର ଏନଡିଏ ସରକାର ଭାଙ୍ଗିବ ନାହିଁ। ସେ ହିନ୍ଦୀ କିମ୍ବା ଇଂରାଜୀ ଭାଷା କହିପାରିବେ ନାହିଁ। ତେଣୁ ତାଙ୍କର ଉପସ୍ଥିତି ଏବଂ ଅନୁପସ୍ଥିତି ଯୋଗୁଁ କିଛି ପ୍ରଭାବ ପଡ଼ିବ ନାହିଁ। ସୂଚନା ଅନୁସାରେ ଆସନ୍ତା ନିର୍ବାଚନ ପାଇଁ ଅନନ୍ତପୁର ଲୋକସଭା ଆସନ ଟିକେଟ୍‍କୁ ନେଇ ରେଡ୍ଡୀ ଦଳ ଉପରେ ଅସନ୍ତୋଷ ଅଛନ୍ତି। ଏପରିକି ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିସାରିଛନ୍ତି। ତେବେ ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁ ତାଙ୍କ ସହ କଥା ହୋଇ ବିବାଦର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ଆଶା କରାଯାଉଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories