www.samajalive.in
Tuesday, December 9, 2025
16.1 C
Bhubaneswar

ଆଫଗାନିସ୍ତାନରେ କାର ବିସ୍ଫୋରଣ ; ୧୨ ମୃତ, ଶହେରୁ ଅଧିକ ଆହତ

କାବୁଲ : ଆଫଗାନିସ୍ତାନର ପଶ୍ଚିମ ଘୋର ପ୍ରଦେଶରେ ରବିବାର ଆତ୍ମଘାତୀମାନେ କାରରେ ବୋମା ବିସ୍ଫୋରଣ କରିଛନ୍ତି। ଏଥିରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶହେରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଆତ୍ମଘାତୀ ଆକ୍ରମଣକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ଗୋଷ୍ଠୀ ଦାବି କରିନାହାଁନ୍ତି।

ଘୋର ପ୍ରଦେଶର ଡାକ୍ତରଖାନାର ମୁଖ୍ୟ ମହମ୍ମଦ ଓମାର ଲାଲଜାଦ କହିଛନ୍ତି ଯେ, ଜରୁରୀକାଳୀନ ବିଭାଗରେ ଗୁରୁତର ତଥା ସାଧାରଣ ଆହତଙ୍କ ଚିକିତ୍ସା ଜାରି ରହିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଆଶଙ୍କା କରାଯାଉଛି।

- Advertisement -

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଏହି ଆକ୍ରମଣ ସେତେବେ​ଳେ ଘଟିଥିଲା ​​ଯେତେବେଳେ କତାରରେ ତାଲିବାନ ଏବଂ ଆଫଗାନିସ୍ତାନ ସରକାରଙ୍କ ପ୍ରତିନିଧୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଦେଶରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବାକୁ ଏହି ଆଲୋଚନା ଚାଲିଛି।

ଦୁଇ ସପ୍ତାହ ପୂର୍ବରୁ ମଧ୍ୟ ଏଭଳି ବିସ୍ଫୋରଣ ଘଟିଥିଲା:

ଏହା ପୂର୍ବରୁ ଅକ୍ଟୋବର ୩ରେ ଆଫଗାନିସ୍ତାନର ନାଙ୍ଗରହାରରେ ମଧ୍ୟ ବିସ୍ଫୋରଣ ଘଟିଥିଲା। ପୂର୍ବ ନାଙ୍ଗରହାର ପ୍ରଦେଶର ଗାନିଖିଲ ଜିଲ୍ଲାର ରାଜ୍ୟପାଳଙ୍କ କମ୍ପାଉଣ୍ଡ ନିକଟରେ ଏହି ବିସ୍ଫୋରଣ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ଆଫଗାନିସ୍ତାନ ଅମ୍ପାୟର ବିସ୍ମିଲ୍ଲା ଜନ ସିନ୍ୱାରୀ ମଧ୍ୟ ନିହତ ହୋଇଥିଲେ। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଏହି ଆକ୍ରମଣରେ ବିସ୍ମିଲ୍ଲା ଜନ ସିନ୍ୱାରୀଙ୍କ ସମେତ ତାଙ୍କ ପରିବାରର ୭ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହା ପରେ ଅକ୍ଟୋବର ୧୦ରେ ଦକ୍ଷିଣ ଆଫଗାନିସ୍ତାନର ଏକ ସାମରିକ ଚେକପଏଣ୍ଟକୁ ଟାର୍ଗେଟ କରି ଆତ୍ମଘାତୀ ଆକ୍ରମଣରେ ୪ ଜଣ ସାଧାରଣ ନାଗରିକଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲମାଣ୍ଡ ପ୍ରଦେଶର ରାଜ୍ୟପାଳଙ୍କ ମୁଖପାତ୍ର ଓମାର ଜାୱକ କହିଛନ୍ତି ଯେ ନାହରୀ ସାରା ଜିଲ୍ଲାରେ ବିଳମ୍ବିତ ରାତିରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଥିଲା ଯେଉଁଥିରେ ଜଣେ ଛୋଟ ଶିଶୁ ଏବଂ ତିନିଜଣ ସୁରକ୍ଷା ବାହିନୀ ମଧ୍ୟ ଆହତ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories