www.samajalive.in
Monday, December 8, 2025
27.1 C
Bhubaneswar

ପାଟଣା ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ହେଲିକପ୍ଟର କ୍ଷତିଗ୍ରସ୍ତ, ମନ୍ତ୍ରୀ ସୁରକ୍ଷିତ

କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ହେଲିକପ୍ଟର ଶନିବାର ଦିନ ପାଟଣାରେ ବିମାନ ବନ୍ଦରରେ କ୍ଷତିଗ୍ରସ୍ତ ହୋଇଛି କିନ୍ତୁ ମନ୍ତ୍ରୀ ରବି ଶଙ୍କର ସୁରକ୍ଷିତ ଅଛନ୍ତି। ବିମାନଟି କ୍ଷତିଗ୍ରସ୍ତ ହେବା ପୂର୍ବରୁ ମନ୍ତ୍ରୀ ବିମାନରୁ ଓହ୍ଲାଇ ସାରିଥିଲେ। ମନ୍ତ୍ରୀ ଯାତ୍ରା କରୁଥିବା ହେଲିକପ୍ଟରର ରୋଟର୍ ବ୍ଲେଡ୍ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ମନ୍ତ୍ରୀ ସୁରକ୍ଷିତ ଥିବା ତାଙ୍କ କାର୍ଯ୍ୟାଳୟ ଟ୍ୱିଟ କରିଛି। ରବି ଶଙ୍କର ପ୍ରସାଦଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି, କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ନେଇ ଯାଉଥିବା ହେଲିକପ୍ଟରର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ଠିକ୍ ନୁହେଁ। ସେ ନିରାପଦରେ ଅଛନ୍ତି।

- Advertisement -

ତାଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି, କେନ୍ଦ୍ର ମନ୍ତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟରର ରୋଟର୍ ବ୍ଲେଡ୍ ବିମାନବନ୍ଦର ହ୍ୟାଙ୍ଗରରେ ବାଡେଇ ହୋଇ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମୁଁ ନିର୍ବାଚନ ପ୍ରଚାର ପାଇଁ ଝାଂଝରପୁର ଯାଇଥିଲି। ଯାତ୍ରା ସମୟରେ ବ୍ୟବହୃତ ହେଲିକପ୍ଟରରୁ ମୁଁ ଓଲ୍ହାଇବା ପରେ ରୋଟର୍ ବ୍ଲେଡ୍ ଅଳ୍ପ କ୍ଷତିଗ୍ରସ୍ତ ହୋଇଥିଲା। ମୁଁ ସମ୍ପୂର୍ଣ୍ଣ ଭଲ ଅଛି।

କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଛନ୍ତି। ବିହାରରେ ତିନୋଟି ପର୍ଯ୍ୟାୟରେ ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ନଭେମ୍ବର ୭ରେ ୨୪୩ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବା ଓ ନଭେମ୍ବର ୧୦ରେ ଫଳାଫଳ ଘୋଷଣା କରାଯିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories