www.samajalive.in
Monday, December 8, 2025
27.1 C
Bhubaneswar

ଭାଇରାଲ ଭିଡିଓ : ଗିରଫ ପରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡିଲା ପୁଲିସ,୨୧ରେ ହାଜର ନୋଟିସ

କେନ୍ଦୁଝରଗଡ଼ : କେନ୍ଦୁଝର ଲୋକସଭା ଆସନର ଜଣେ ପ୍ରାର୍ଥୀଙ୍କ ଏକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପ୍ରସଙ୍ଗରେ କେନ୍ଦୁଝର ସଦର ଥାନା ପୁଲିସ ଏକ ବୈଦ୍ୟୁତିକ ଗଣମାଧ୍ୟମର ଭୁବନେଶ୍ୱର ପ୍ରତିନିଧିଙ୍କୁ ଗୁରୁବାର ଗିରଫ କରି ଛାଡି ଦେଇଥିବା ଜଣାପଡିଛି। ଏହି ଘଟଣାରେ ପୁଲିସ ଗିରଫ ଅଭିଯୁକ୍ତଙ୍କ ୨ଟି ମୋବାଇଲକୁ ଜବତ କରିବା ସହ ଆସନ୍ତା ୨୧ ତାରିଖରେ ସଦର ଥାନାରେ ହାଜର ପାଇଁ ନୋଟିସ ଜାରି କରିଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡିଛି।

କେନ୍ଦୁଝର ସଂରକ୍ଷିତ ଲୋକସଭା ଆସନରୁ ଜଣେ ମହିଳାଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ଅଶ୍ଳୀଳ ଭିଡିଓ ବେଶ୍‍ ଭାଇରାଲ ହୋଇଥିଲା। ଯାହା ସେହି ସମୟରେ ରାଜ୍ୟବ୍ୟାପୀ ବେଶ୍‍ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କ ମାମୁଁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୧୫ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ବିଜେପି ସୋସିଆଲ ମିଡିଆ ସେଲ୍‍ ସଂଯୋଜକ ଜୟଦେବ ଗିରି ଓ ଶୁଆକାଟିମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ବିଷ୍ଣୁଦତ୍ତ ବାରିକଙ୍କୁ ପ୍ରଥମେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଟାଉନ ଥାନାରେ ଏହି ମାମଲା ରୁଜୁ ହେବାସହ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ହୋଇ ମାମଲା ଚାର୍ଜସିଟ୍‍ ହୋଇ ସାରିଥିବା ବେଳେ ପୁଲିସ ପକ୍ଷରୁ  ପୁଣିଥରେ ମାମଲା ରୁଜୁ କରି ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ କରିଛି। ତେବେ ଏ ସଂକ୍ରାନ୍ତରେ କେନ୍ଦୁଝର ଏସ୍‍.ପି. ମିତ୍ରଭାନୁ ମହାପାତ୍ର, ସଦର ଏସ୍‍ଡିପିଓ ପ୍ରକାଶ ଜେମ୍ସ ଟପୋ ଏବଂ ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ଉଠାଇନଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories