www.samajalive.in
Tuesday, December 9, 2025
17.1 C
Bhubaneswar

ଆଜିଠୁ ଖୋଲିବ ଶାନ୍ତିସ୍ତୁପ ଧଉଳି

ଭୁବନେଶ୍ବର: କରୋନା କଟକଣା ଯୋଗୁ ଦୀର୍ଘ ୭ ମାସ ପରେ ଆଜିଠାରୁ ଖୋଲିବ ଐତିହାସିକ ପର୍ଯ୍ୟଟନସ୍ଥଳ ଶାନ୍ତିସ୍ତୁପ ଧଉଳି। ଆଜିଠାରୁ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଶାନ୍ତିସ୍ତୁପ ଧଉଳି ଖୋଲିବାକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପର୍ଯ୍ୟଟକ ଏଥର ଶାନ୍ତିସ୍ତୁପ ଧଉଳି ଭ୍ରମଣ କରି ପ୍ରାକୃତିକ ପରିବେଶର ଅପରୂପ ସୌନ୍ଦର୍ୟ୍ୟ ଉପଭୋଗ କରିପାରିବେ। ଧଉଳି ଭ୍ରମଣରେ କୌଣସି କଟକଣା ନାହିଁ। କିନ୍ତୁ ପର୍ଯ୍ୟଟକ କୋଭିଡ ମହାମାରୀ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ସମାଜିକ ଦୂରତ୍ବ ମାନିବା ଏବଂ ମାସ୍କ ବ୍ୟବହାର ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ପର୍ଯ୍ୟଟକଙ୍କ ଭ୍ରମଣର ଆଗମନକୁ ଲକ୍ଷ୍ୟ ରଖି ସପ୍ତାହକ ମଧ୍ୟରେ ଧଉଳି ବସ ଷ୍ଟାଣ୍ଡରେ ପୂର୍ବ ଭଳି ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ସଟଲ ବସର ସୁବିଧା ସହିତ ଲାଇଟ ଆଣ୍ଡ ସାଉଣ୍ଡ ଶୋ କାର୍ଯ୍ୟକ୍ରମକୁ ଚାଲୁ କରିଯିବ ବୋଲି ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱରେ ଥିବା ଅଜୟ କୁମାର ରାଉତ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories