www.samajalive.in
Tuesday, December 9, 2025
16.1 C
Bhubaneswar

ଡକ୍ଟର କଲାମଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ; କହିଲେ ରାଷ୍ଟ୍ର କଦାପି ଭୁଲି ପାରିବ ନାହିଁ ତୁମ ଅବଦାନ

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ବହୁ ପ୍ରତିଷ୍ଠିତ ବୈଜ୍ଞାନିକ, ଯାହାକୁ ଦୁନିଆ ମିଶାଇଲ ମ୍ୟାନ ଭାବେ ଜାଣନ୍ତି, ଆଜି ସେହି ମହାନ ବ୍ୟକ୍ତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ୧୫ ଅକ୍ଟୋବର ୧୯୩୧ରେ ରାମେଶ୍ୱରମ ତାମିଲନାଡ଼ୁରେ ହୋଇଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶାଇଲ ମ୍ୟାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦୀ ଟ୍ୱିଟ କରି କହିଛନ୍ତି, ଡକ୍ଟର କଲାମ ତୁମକୁ ପୁଣ୍ୟ ପ୍ରଣାମ। ସେ ବୈଜ୍ଞାନିକଙ୍କ ରୂପରେ ହୁଅନ୍ତୁ ଅଥବା ରାଷ୍ଟ୍ରପତି, ଦେଶ କଦାପି ତାଙ୍କର ଅବଦାନ ଭୁଲି ପାରିବ ନାହିଁ। ତାଙ୍କର ଜୀବନର ଯାତ୍ରାର ପ୍ରତିଟି ମୁହୂର୍ତ୍ତ ପ୍ରତି ଲୋକଙ୍କ ପାଇଁ ପ୍ରେରଣା ଦେଇଥାଏ।
ମୋଦୀ ଟ୍ୱିଟ କରିବା ସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ କଲାମଙ୍କ ସହ ଜଡିତ କିଛି ସ୍ମୃତି ଓ ତାଙ୍କ ଜୀବନରୁ ମିଳିଥିବା ଶିକ୍ଷା ବିଷୟରେ ଜଣାଉଛି। କଲାମ ତାଙ୍କ ସରଳ ଜୀବନଶୈଳୀ ପାଇଁ ସଭିଁଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନରେ ସର୍ବଦା ରହିଛନ୍ତି। ତାଙ୍କୁ ‘ଜନତାଙ୍କ ରାଷ୍ଟ୍ରପତି’ ମଧ୍ୟ କୁହାଯାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories