www.samajalive.in
Monday, December 8, 2025
20.1 C
Bhubaneswar

ମିଡିଆ ଟ୍ରାଏଲ ନ୍ୟାୟପାଳିକା ପାଇଁ କ୍ଷତିକାରକ – ଆଟର୍ଣ୍ଣି ଜେନେରାଲ୍‍ ବେଣୁଗୋପାଳ

ଆଟର୍ଣ୍ଣି ଜେନେରାଲ୍‍ କେ.କେ. ବେଣୁଗୋପାଳ ବାକ୍‍ ସ୍ୱାଧୀନତା ଓ ଅଦାଲତ ଅବମାନନା ମଧ୍ୟରେ ଏକ ସନ୍ତୁଳନତା ଆଣିବା ପାଇଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ଗଣମାଧ୍ୟମ ଯେଉଁ କ୍ଷେତ୍ରଗୁଡ଼ିକ ଉପରେ ହସ୍ତକ୍ଷେପ କରିବା ଉଚିତ ନୁହେଁ, ସେ ସବୁ କ୍ଷେତ୍ରରେ ହସ୍ତକ୍ଷେପ କରୁଥିବା ଆଟର୍ଣ୍ଣି ଜେନେରାଲ୍‍ କହିଛନ୍ତି। ବେଣୁଗୋପାଳ କହିଛନ୍ତି, ଅଦାଲତରେ ଜାମିନ ଆବେଦନ ଦାଖଲ ହୋଇଥିବା ସମୟରେ ଟିଭି ଚ୍ୟାନେଲଗୁଡ଼ିକ ଅଭିଯୁକ୍ତମାନଙ୍କ ହ୍ୱାଟ୍‍ସଆପ୍‍ ମେସେଜ୍‍ ଉପରେ ସେମାନଙ୍କର କାର୍ଯ୍ୟକ୍ରମରେ ବିଶ୍ଳେଷଣ ଆରମ୍ଭ କରିଦେଇଛନ୍ତି। ଏହାଦ୍ୱାରା ଅଭିଯୁକ୍ତଙ୍କର ମାମଲା ବିଚାରାଧୀନ ଥିବା ବେଳେ ତାଙ୍କର ଅଧିକାରର ଲଂଘନ ହେଉଛି ଓ ନ୍ୟାୟିକ ପ୍ରଶାସନ ପ୍ରତି ଘୋର ବିପଦ ସୃଷ୍ଟି କରୁଛି।

ବୃହତ୍ତର ପ୍ରସଙ୍ଗଗୁଡ଼ିକ ଉପରେ ଅଦାଲତଙ୍କୁ ଜଣାଇ ଆଟର୍ଣ୍ଣି ଜେନେରାଲ୍‍ କହିଛନ୍ତି, ବାକ୍‍ ସ୍ୱାଧୀନତା ଅଧିକାରର ଅପବ୍ୟବହାର ଏବେ ଚରମ ପର୍ଯ୍ୟାୟରେ ପହଞ୍ଚିଛି। ସେ କହିଛନ୍ତି, କୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକ ସଂକ୍ରାନ୍ତରେ ଇଲେକ୍‍ଟ୍ରୋନିକ ଗଣମାଧ୍ୟମ ଓ ମୁଦ୍ରଣ ଗଣମାଧ୍ୟମ ସେମାନଙ୍କର ମନ୍ତବ୍ୟ ଓ ମତାମତ ଦେଇ କୋର୍ଟଙ୍କ କାର୍ଯ୍ୟଶୈଳୀକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁ ବଡ଼ବଡ଼ ମାମଲାଗୁଡ଼ିକରେ ଜାମିନ ଆବେଦନ ଶୁଣାଣି ପାଇଁ ବିଚାର କରାଯାଉଛି, ସେହିସବୁ ମାମଲାଗୁଡ଼ିକ ସଂକ୍ରାନ୍ତରେ ଟିଭି ଚ୍ୟାନେଲ୍‍ଗୁଡ଼ିକ ସମ୍ବାଦ ପରିବେଷଣ କରୁଛନ୍ତି। ଏହାଦ୍ୱାରା ଜାମିନ ଆବେଦନ କରିଥିବା ଅଭିଯୁକ୍ତଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories