www.samajalive.in
Monday, December 8, 2025
27.1 C
Bhubaneswar

କରେନା ରୋଗୀଙ୍କ ଶବଦାହ ପାଇଁ ଚିହ୍ନଟ ହୋଇଥିବା ଅସ୍ଥାୟୀ ଶ୍ମଶାନକୁ ନେଇ ଉତ୍ତେଜନା

କନ୍ଧମାଳ: କରେନା ରୋଗୀଙ୍କ ଶବଦାହ କରିବା ପାଇଁ ପ୍ରଶାସନ ଦ୍ୱାରା ଚିହ୍ନଟ କରା ଯାଇଥିବା ଅସ୍ଥାୟୀ ଶ୍ମଶାନକୁ ନେଇ ଉତ୍ତେଜନା। ଦୀର୍ଘ ୬ ଘଣ୍ଟା ଯାଏ ରାଜ ରାସ୍ତା କଡରେ ଆମ୍ବୁଲେନ୍ସ ଭିତରେ କୋରନରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସବ ପଡ଼ିରହିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ।

ସୂଚନା ଅନୁଯାୟୀ, ଗତକାଲି ଫିରିଙ୍ଗିଆ ସହରର ଭାଗବତ ବେହେରା ନାମକ ଜଣେ ବ୍ୟବସାୟୀ କରେନାରେ ଆକ୍ରାନ୍ତ ହୋଇ ଫୁଲବାଣୀ କୋଭିଟ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ମୃତ୍ୟୁ ହୋଇଥିଲା। ସକାଳେ କୋଭିଡ ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ବ୍ୟକ୍ତିଙ୍କ ଶବକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଆଜି ଭୋର ସମୟରେ ଫିରିଙ୍ଗିଆକୁ ସବ ଆଣି ତାଙ୍କ ପରିବାର ଲୋକେ ମୃତ୍ୟୁ ବରଣ କରିଥିବା କୋଭିଡ ରୋଗୀଙ୍କ ସବ ଦାହ କରିବା ପାଇଁ ଚିହ୍ନଟ କରାଯାଇ ଥିବା ଜାଗାକୁ ଆଣିଥିଲେ। କିନ୍ତୁ ଖବର ପାଇଁ ଚିହ୍ନଟ କରାଯାଇଥିବା ଜାଗାରେ ସ୍ଥାନୀୟ ମାଝୀପଡା, ଫିରିଙ୍ଗିଆ ଉପରପଡା, ନାହାନାଗାଁ, ଘଟିସାହୀର ଲାକମାନେ ଚଳ ପ୍ରଚଳ କରୁଥିବାରୁ ଉକ୍ତ ସ୍ଥାନରେ କରେନା ରୋଗୀଙ୍କ ଶବଦାହ କରିବାକି ବିରୋଧ କରିଥିଲେ। ଏମିତିକି କିଛି ସମୟ ପାଇଁ ଉତ୍ୟକ୍ତ ଲୋକେ କାଶିନୀ ପଦର ଫିରିଙ୍ଗିଆ ରାସ୍ତାର ମଝିପଡା ଘଟି ନିକଟରେ ରାସ୍ତା ରୋକ ମଧ୍ୟ କରିଥିଲେ। ଘଟଣା ସ୍ଥଳରେ ଫିରିଙ୍ଗିଆ ତହସିଲଦାର ପୁନମ ରାଉତ ଓ ଥାନା ଅଧିକାରୀ ପି ଶ୍ୟମ ସୁନ୍ଦର ରାଓ ପୁଲିସ ଫୋର୍ସ ସହ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସଝା ପରେ ସମାଧନର ବାଟ ବାହାରିଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories