www.samajalive.in
Monday, December 8, 2025
20.1 C
Bhubaneswar

ଉପକାରୀ ରସୁଣ

ଭାରତୀୟ ବ୍ୟଞ୍ଜନରେ ରସୁଣ ଛୁଙ୍କର ବ୍ୟବହାର ନିୟମିତ ଭାବେ ହୋଇଥାଏ। ବିଶେଷ କରି ଏସୀୟ ରାଷ୍ଟ୍ରରେ ରସୁଣକୁ ବିଭିନ୍ନ ବ୍ୟଞ୍ଜନରେ ଉପଯୋଗ କରାଯାଏ। ଜାପାନ, ଚୀନ୍, ଏପରିକି ଇଉରୋପୀୟ ରାଷ୍ଟ୍ର ଇଟାଲୀର ଲୋକପ୍ରିୟ ପିଜ୍ଜାରେ ମଧ୍ୟ ରସୁଣ ନିଜର ସ୍ଥାନକୁ ସ୍ବତନ୍ତ୍ର ରଖିଛି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ କଞ୍ଚା ରସୁଣ ୨ ପାଖୁଡ଼ା ନିୟମିତ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଆଜିକାଲି ବଜାରରେ ରସୁଣ ପାଉଡର, ରସୁଣ ଲୁଣ ଉପଲବ୍ଧ ହେଉଥିବାବେଳେ ବିଶେଷଜ୍ଞଙ୍କ ପରାମର୍ଶରେ ଏସବୁ ଖାଦ୍ୟରେ ଉପଯୋଗ କରିପାରିବେ।
– ଯୁବପିଢ଼ି ଓ ବୟସ୍କ ନିୟମିତ କଞ୍ଚା ରସୁଣ ଖାଇଲେ ଥଣ୍ଡା,ସର୍ଦ୍ଦି ରୋଗରୁ ଉପଶମ ମିଳିଥାଏ। ଏହା ସହ ଖାଲିପେଟରେ ୧ ମାସ ରସୁଣ ଖାଇଲେ ପେଟର ଚର୍ବି ହ୍ରାସ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।
– ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ରସୁଣ ଛୁଙ୍କ ଖାଦ୍ୟ ଖାଇବା ଭଲ। ଆଜି ମଧ୍ୟ ଗାଁଗହଳିରେ ଲୋକେ ରସୁଣ ଛେଚାକୁ ବିଭିନ୍ନ ବ୍ୟଞ୍ଜନରେ ଉପଯୋଗ କରୁଥିବାର ଦେଖାଯାଏ।
– ଜାପାନରେ ‘ଗାର୍ଲିକ୍ ରାଇସ୍’ ଏକ ଲୋକପ୍ରିୟ ଖାଦ୍ୟ। ଏହି ଭାତରେ ରସୁଣ ଅଧିକ ପରିମାଣରେ ବ୍ୟବହାର ହେଉଥିବାବେଳେ ତାହାର ବାସ୍ନା ମଧ୍ୟ ଖୁବ୍ ଭଲ। ସେଠାକାର ଅଧିକାଂଶ କର୍ମଜୀବୀ ନିୟମିତ ଏଇ ଗାର୍ଲିକ୍ ରାଇସ୍ ଖାଉଥିବାରୁ ସେମାନଙ୍କ ଓଜନ ନିୟନ୍ତ୍ରଣରେ ରହିଥାଏ ବୋଲି ବିଶେଷଜ୍ଞଙ୍କ ମତ।
– ହୃଦ୍‌ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ, ରସୁଣର ଉପଯୋଗ ତରକାରିରେ କରିବା ଉଚିତ। ଭିଟାମିନ୍ ସି, ବି-୬, ମାଙ୍ଗାନିଜ୍ ଭରପୂର ରସୁଣର ବ୍ୟବହାରରେ ହଜମ କ୍ଷମତା ଭଲ ରହୁଥିବାର ଅନୁଧ୍ୟାନରୁ ପ୍ରମାଣିତ।
– ବ୍ୟଞ୍ଜନରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରସୁଣର ଉପଯୋଗ କଲେ ବୟସ୍କ ପିଢ଼ିଙ୍କୁ ଆଲଜାଇମର୍ସ ଓ ଡିମେନ୍‌ସିୟା ହେବାର ଆଶଙ୍କା ଯଥେଷ୍ଟ କମ୍ ରହୁଥିବାର ବିଶେଷଜ୍ଞଙ୍କ ମତ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories