www.samajalive.in
Sunday, December 7, 2025
13.1 C
Bhubaneswar

ମେଗା ସ୍ୱାସ୍ଥ୍ୟ ସେକ୍ଟରରେ ବିଶ୍ୱ ଗଣ୍ଠିବାତ ଦିବସ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ମେଘା ସ୍ୱାସ୍ଥ୍ୟ ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଜନଗର ପଞ୍ଚାୟତ ଅନ୍ତର୍ଗତ ଗରିଆପାଟ ଗ୍ରାମରେ ସୋମବାର ବିଶ୍ୱ ଗଣ୍ଠିବାତ ଦିବସ ପାଳନ ହୋଇଯାଇଛି। ଏହି ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍ଲମଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସଚେତନତା ସଭାରେ ରାଜନଗର ସରପଞ୍ଚ ମହେନ୍ଦ୍ର କୁମାର ପରିଡା ଓ ସମିତି ସଭ୍ୟ ବିବିନ୍ଦ୍ର ରଣା ଅତିଥି ଭାବେ ଯୋଗଦେଇ ସଚେତନତା ଓ ସତର୍କତା ଅବଲମ୍ବନ ଦ୍ୱାରା ମନୁଷ୍ୟ ବହୁ ପ୍ରକାର ରୋଗରୁ ମୁକ୍ତ ହୋଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ। ସହରୀ ଜୀବନ ଶୈଳୀକୁ ତ୍ୟାଗକରି ନିୟମିତ ଯୋଗ, ବ୍ୟାୟାମ ଓ ଖାଦ୍ୟରେ ସଂଯମତା ଦ୍ୱାରା ଗଣ୍ଠିବାତ ସମେତ ଅନ୍ୟାନ୍ୟ ରୋଗରୁ ରକ୍ଷା ମିଳିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ଅସ୍ଲମ୍ ଗଣ୍ଠିବାତ ରୋଗର ପ୍ରକାର ଭେଦ, କାରଣ, ନିରାକରଣ ଓ ଚିକିତ୍ସା ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଏହି ରୋଗର ପ୍ରକାର ଭେଦ ମଧ୍ୟରେ ଅଷ୍ଟ୍ରି ଆର୍ଥାଇଟିସ୍, ରୁମାଟଏଡ ଆର୍ଥାଇଟିସ୍, ସିରୋନେଗେଟିଭ, ଇନଫେକଟିଭ ଆର୍ଥାଇଟିସ୍ ଏବଂ ଅଙ୍କିଲୋଜିଙ୍ଗ୍ ଆର୍ଥାଇଟିସ୍ ପ୍ରଭୃତି ଅନ୍ତର୍ଭୁକ୍ତ। ଏକ୍ସରେ ଓ ରକ୍ତ ପରୀକ୍ଷା ସହିତ ଅନ୍ୟ ଅତ୍ୟାଧୁନିକ ପରୀକ୍ଷା ଦ୍ୱାରା ଏହି ରୋଗ ନିରୁପଣ ହେଲେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ହିଁ ଚିକିତ୍ସା କରାଇଲେ ରୋଗ ଭଲ ହୋଇପାରିବ ବୋଲି ଶ୍ରୀ ଅସଲମ କହିଥିଲେ। ସ୍ୱାସ୍ଥ୍ୟକର୍ମୀ ନମିତା ପ୍ରତାପ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ଜସ୍ମିନ ରାଉତ, ମମତା ପଣ୍ଡା, ଆଶାକର୍ମୀ ଅମିତା ସାହୁ, ବାସନ୍ତୀ ବର୍ମା ଏବଂ ଗାଁ କଲ୍ୟାଣ ସମିତି ସମୂହର ସଭ୍ୟ/ସଭ୍ୟା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories