www.samajalive.in
Monday, December 8, 2025
17.1 C
Bhubaneswar

ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ପ୍ରଥମ କରି ଓଜେଇଇ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାରର ତିନିଟି ସହରରେ ୫ କେନ୍ଦ୍ର କରିଛି। ସେହିପରି ଓଡ଼ିଶାର ୨୧ଟି ସହରରେ ୫୪ ପରୀକ୍ଷାକେନ୍ଦ୍ର ହୋଇଛି। କରୋନା ଯୋଗୁଁ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ, ବାରିପଦା, ଭଦ୍ରକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡା, ଫୁଲବାଣୀ, କେନ୍ଦ୍‍ୁଝର, ନୟାଗଡ, ରାୟଗଡା ଏବଂ ରାଉରକେଲା ସହରରେ ୫୪ କେନ୍ଦ୍ର କରାଯାଇଛି। ପରୀକ୍ଷା ତିନିଟି ସିଟିଂରେ କରାଯିବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ୨.୩୦ମିନିଟ୍‍ ଏବଂ ତୃତୀୟ ସିଟିଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଅନ୍‍ଲାଇନ୍‍ରେ ପରୀକ୍ଷା ହେବ। ଓଜେଇଇ ଅଧ୍ୟକ୍ଷ ଏସ୍‍.କେ ଚାନ୍ଦ କହିଛନ୍ତି, ଜେଇଇ ମେନ୍‍ ଢାଞ୍ଚାରେ ଓଜେଇଇ ଅନୁଷ୍ଠିତ ହେବ। କୋଭିଡ଼ ନିୟମ ପାଳନ କରାଯାଇ ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ କୋଠରୀରେ ଯେତିକି ସଂଖ୍ୟକ ସିଟ୍‍ ପଡ଼ିଥିବ ତା’ର ୫୦ ପ୍ରତିଶତ ସିଟ୍‍ରେ ବସି ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଯେଉଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ଥିବ ସେମାନେ ପରୀକ୍ଷା ଦେଇପାରିବେ। ଏଥିପାଇଁ ଆଇସୋଲେସନ କୋଠରୀ ବ୍ୟବସ୍ଥା ହୋଇଛି। ଆଇସୋଲେସନ କୋଠରୀରେ ଯେଉଁ ନିରୀକ୍ଷକ ନିୟୋଜିତ ହେବେ ସେମାନେ ପିପିଇ କିଟ୍‌ ପିନ୍ଧିବାର ବ୍ୟବସ୍ଥା କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories