www.samajalive.in
Tuesday, December 9, 2025
17.1 C
Bhubaneswar

ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର: ମିଳିଲାନି ଆମ୍ବୁଲାନ୍ସ। ରୋଗୀଣା ସ୍ତ୍ରୀର ଚିକିତ୍ସା ପାଇଁ ପୁରୀରୁ କଟକ ପ୍ରାୟ ୯୦କି.ମି ଟ୍ରଲିରେ ବୋହିଲେ। ହେଲେ ବଞ୍ଚାଇପାରିଲେନି ନିଜ ଧର୍ମପତ୍ନୀଙ୍କୁ। ଶେଷରେ ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ ରବିବାର ମୃତ୍ୟୁ ଘଟିଛି।  ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର  ମୃତ୍ୟୁ ହୋଇଛି। ଏନେଇ ଏସସିବି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଥିବା ବେଳେ ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଧର୍ମପତ୍ନୀଙ୍କ ଚିକିତ୍ସା ପାଇଁ ପୁରୀରୁ କଟକ ୯୦କି.ମି ଟ୍ରଲିରେ ବୋହିଥିଲେ କବୀର। ପ୍ରାୟ ଆଠ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପତ୍ନୀ ସୁକାନ୍ତିଙ୍କୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହାସପାତାଳରେ ସେ ପହଞ୍ଚିଥିଲେ ।  କବୀର ଭୋଇଙ୍କ ଘର ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମରେ। ତାଙ୍କ ସୂଚନା ଅନୁଯାୟୀ ୧୦ ଦିନ ତଳେ ପତ୍ନୀ ରୋଗରେ ପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ସେ ଜିଲା ସଦର ହାସପାତାଳରେ ଭର୍ତ୍ତି କରିଥିଲେ। ସେଠାରେ ୫ଦିନ ଧରି ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ କଟକ ମେଡିକାଲ କଲେଜ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।

- Advertisement -

ବହୁଚେଷ୍ଟା ସତ୍ତ୍ବେ ସରକାରୀ ଆମ୍ବୁଲାନ୍ସ ମିଳିନଥିଲା। ତେଣୁ କବୀର ଏକ ଅଟୋରିକ୍ସା ଚାଳକଙ୍କ ସହ ଯୋଗାଯୋଗ କରିଥିଲେ। ପୁରୀରୁ କଟକ ଯିବା ପାଇଁ ଅଟୋରିକ୍ସା ଚାଳକ ୧୨୦୦ ଟଙ୍କା ଭଡା ଦାବି କରିଥିଲେ। ଟ୍ରଲି ଚଳାଇ ପେଟ ପୋଷୁଥିବା କବୀର ଭୋଇଙ୍କ ପାଇଁ ଏତେଟଙ୍କା ଦେଇ ପତ୍ନୀଙ୍କୁ କଟକ ନେବା ସମ୍ଭବପର ହୋଇନଥିଲା। କିନ୍ତୁ ପତ୍ନୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଦୃଢ ସଂକଳ୍ପ ନେଇଥିଲେ। ଗାଁର ଜଣେ ବ୍ୟକ୍ତିଙ୍କଠାରୁ ଦିନକୁ ୫୦ ଟଙ୍କା ଭଡାରେ ଟ୍ରଲି ଆଣି ଶୁକ୍ରବାର ସେଥିରେ ପତ୍ନୀଙ୍କୁ ବସାଇ ପୁରୀରୁ କଟକ ପର୍ଯ୍ୟନ୍ତ ନେଇଥିଲେ।

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହାସପାତାଳରେ ପହଞ୍ଚିବା ପରେ କେତେକ ସମାଜସେବୀ ତାଙ୍କୁ ସହଯୋଗର ହାତ ବଢାଇଥିଲେ। ପୁରୀ ଡାକ୍ତରଖାନାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇ ନ ଥିବାରୁ ଅନ୍ୟ ଉପାୟ ନ ପାଇ ଟ୍ରଲି ଯୋଗେ ପତ୍ନୀଙ୍କୁ ସେ କଟକ ମେଡିକାଲ କଲେଜ ନେଇଥିବା କବୀର ଗଣମାଧ୍ୟମରେ କହିଥିଲେ। ଜିଲାରେ ୧୮ଟି ୧୦୨ ଆମ୍ବୁଲାନ୍ସ ଥିବାରୁ ରୋଗୀଙ୍କୁ କଟକ ନେବା ପାଇଁ କୌଣସି ସମସ୍ୟା ନ ଥିବା ସେ କହିଥିଲେ।  ଅଭିଯୋଗର ତଦନ୍ତ କରାଯିବ ବୋଲି ସିଡିଏମ୍ଓ ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories