www.samajalive.in
Thursday, December 11, 2025
27.1 C
Bhubaneswar

ଗ୍ରାମପଞ୍ଚାୟତ ଆଞ୍ଚଳିକ କମିଟି ବୈଠକ ଅନୁଷ୍ଠିତ, ଦାବି ପୂରଣ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ

କ.ନୂଆଗାଁ/ଫୁଲବାଣୀ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବାଲିଗାଡ଼ା ପଞ୍ଚାୟତ ଖେଳ ପଡ଼ିଆଠାରେ ଆଜି ଆଞ୍ଚଳିକ କମିଟିର ଏକ ଜରୁରୀ ବୈଠକ ସଭାପତି ଅଭିମନ୍ୟୁ ମଲିକଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡଡ଼ବାଡ଼ି, ଶାସିମାହା, ବତେରିଗୁଡ଼ା, ଶିକକତା, ବହତବାଡ଼ି ଆଦି ଗ୍ରାମର ଅଧିବାସୀମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିବା ବେଳେ ସେଗୁଡ଼ିକ ମଧ୍ୟରେ ଟାୱାର ନିର୍ମାଣ, ପାନୀୟ ଜଳ ଯୋଗାଣ ଆଦି ସମସ୍ୟା ସାମିଲ ରହିଥିଲା। ତେବେ ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟା ସମାଧାନ ହେବାରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ଦୀର୍ଘମାସ ଧରି ବିଦ୍ୟାଳୟ ବନ୍ଦ ରହିଛି। ଫଳରେ ଅନ୍‍ଲାଇନ୍‍ ପାଠପଢା ଚାଲିଛି। ତେବେ ଟାୱାର ବ୍ୟବସ୍ଥା ନଥିବା ଯୋଗୁଁ ଗତ ୬ ମାସ ହେଲା ଗ୍ରାମର ଛାତ୍ରଛାତ୍ରୀମାନେ ଅନଲାଇନ୍‍ ପାଠପଢାରୁ ସଂପୂର୍ଣ୍ଣ ଭାବେ ବଞ୍ଚିତ ହେଉଛନ୍ତି। ଆଗାମୀ ଦିନରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆ ନ ଗଲେ ବାଧ୍ୟ ହୋଇ ଅଞ୍ଚଳବାସୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ନିଷ୍ପତି ନିଆଯାଇଛି। ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ ଉମେଶ ଚନ୍ଦ୍ର ଦିଗାଲ, ଗୋପାଳ ପ୍ରଧାନ, ସରପଞ୍ଚ ବିଭିଷଣ ପ୍ରଧାନ, ଅମିତ୍‍ ନାୟକ, ଚନ୍ଦନ ନାୟକ, ବିଜୟ ପ୍ରଧାନ ଓ ଅନ୍ୟମାନେ ସାମିଲ୍‍ ହୋଇ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories