www.samajalive.in
Monday, December 8, 2025
27.1 C
Bhubaneswar

ତଲାବିରା ଏନ୍‍ଏଲ୍‍ସି କୋଇଲା ଖଣି ବିରୋଧ ଆନ୍ଦୋଳନକୁ ୨ମାସ ପୁରିଲା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ର ଖିଣ୍ଡା ପଞ୍ଚାୟତ ରେ ପ୍ରତିଷ୍ଠିତ ଏନଏଲସି କମ୍ପାନୀ ର ତଲାବିରା(୨) ଏବଂ (୩) କୋଇଲା ଖଣି ଯୋଗ ବିସ୍ଥାପିତ /କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ହେଉଥିବା ଜନସସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ଦାବୀ ପୂରଣ ପାଇଁ ଗତ ଅଗଷ୍ଟ ୧୦ ତାରିଖରୁ ଚାଲିଥିବା ଆନ୍ଦୋଳନ ୨ ମାସ ପୂରିବାକୁ ଯାଉଛି ।

ସାତ ଗଛିଆ ସ୍ଥିତ ଟିଓଏମପିଏଲ୍‍ କାର୍ଯ୍ୟାଳୟ ,ରେଙ୍ଗାଲି ତହସିଲ, ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ, ଏନ୍‍ଏଲସି ସମ୍ମୁଖରେ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ  ଧାରଣା ଦିଆଯାଇଥିଲା। ତଥାପି ଆନ୍ଦୋଳନ ର କୌଣସି ପ୍ରଭାବ ପ୍ରଶାସନ କିମ୍ବା କମ୍ପାନୀ ଉପରେ ପଡିନାହି। ଜମିହରା ଏବଂ କ୍ଷତିଗ୍ରସ୍ତ ଙ୍କୁ ଥଇଥାନ ଏବଂ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ,ଖଣି ରେ ସ୍ଥାନିୟ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ରେ ଅଗ୍ରାଧିକାର. ଖଣି କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଅଞ୍ଚଳ ପାରିପାର୍ଶ୍ବିକ ବିକାଶ ଆଦି ଅନେକ ଦାବି ପୂରଣ ନେଇ ଗତ ୨ମାସ ହେଲା ଆନ୍ଦୋଳନ ଚାଲିଥିଲେ ମଧ୍ୟ ଏହାର ସମାଧାନ ପାଇଁ କମ୍ପାନୀ କିମ୍ବା ପ୍ରଶାସନ ପକ୍ଷରୁ ଆଗ୍ରହ ପ୍ରକାଶ ପାଉ ନଥିବା ରୁ ବିଭିନ୍ନ ମହଲ ରେ ପ୍ରଶାସନ ଏବଂ କମ୍ପାନୀ ର ଏଭଲି ଆଭିମୁଖ୍ୟ କୁ ନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି।  ପ୍ରଥମେ ଖଣି ଫାଟକ ସାମ୍ନା ରେ ଆନ୍ଦୋଳନ ଚାଲକିଥିବା ବେଳେ ସେପ୍ଟେମ୍ବର ୧୫ ତାରିଖ ଦିନ ପ୍ରଶାସନ ପକ୍ଷରୁ ଆନ୍ଦୋଳନ ଚାଲିଥିବା ଅଞ୍ଚଳ ରେ ୧୪୪ ଧାରା ଜାରି କରାଯିବାରୁ ସ୍ଥାନ ପରିବର୍ତ୍ତନ କରାଯାଇ ଜଟିଆପିପଲ ଠାରେ ଆନ୍ଦୋଳନ କୁ ଜାରି ରଖାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories