www.samajalive.in
Monday, December 8, 2025
20.1 C
Bhubaneswar

ସ୍ପେନ୍‌ରେ ହେବାକୁ ଯାଉଛି ‘ଡାଇନୋସର୍ ଥିମ୍ ପାର୍କ’

୨୦୧୧ରେ ସ୍ପେନ୍ ସରକାର ମାଲାଗାରେ ଡାଇନୋସର୍ ଥିମ୍ ପାର୍କର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଯଥା ଶୀଘ୍ର ଏହାର କାମ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପାର୍କ ଖୋଲିବାକୁ ଯୋଜନା ଥିଲା। ମହାମାରୀ କାରଣରୁ ସେଠା ପ୍ରଶାସନ ଥିମ୍ ପାର୍କ ଖୋଲିବାର ସମୟ ଆସନ୍ତା ବର୍ଷକୁ ସ୍ଥଗିତ ରଖିଛନ୍ତି। କୋଟିକୋଟି ଟଙ୍କା ଏଇ ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହୋଇଥିବାବେଳେ ପିଲାଠାରୁ ବୟସ୍କ ସମସ୍ତଙ୍କର ମନୋରଞ୍ଜନ ପାର୍କରେ ହେବ ବୋଲି କର୍ତ୍ତୃପକ୍ଷଙ୍କ ମତ। ମୋଟ୍ ୩୬ଟି ଡାଇନୋସର୍ ଡିଜାଇନ୍ ଏଠାରେ ରହିବେ ଓ କେତୋଟି ଡାଇନୋସର୍ ରୋବଟ୍ ରହି ମଧ୍ୟ ଦେଖଣାହାରୀଙ୍କ ମନୋରଞ୍ଜନ କରିବେ। ମହାମାରୀ ସମୟରେ ଦେଶର ପର୍ଯ୍ୟଟନ ସବୁଠୁ ଅଧିକ ପ୍ରଭାବିତ ହୋଇଥିବାବେଳେ ଆସନ୍ତା ବର୍ଷ ଏହି ଥିମ୍ ପାର୍କ ହିଁ ଦେଶବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆଣିବ ବୋଲି କର୍ତ୍ତୃପକ୍ଷ ଆଶା କରିଛନ୍ତି। ୩ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଟିକଟ୍ ମାଗଣା ଥିବାବେଳେ ଅନ୍ୟମାନଙ୍କ ପାଇଁ ଟିକଟ୍‌ର ପରିମାଣ ୧୬୫୮ ଟଙ୍କା ଧାର୍ଯ୍ୟ ହୋଇଛି। ଜାପାନର ଇଂଜିନିୟରଙ୍କ ସହାୟତାରେ ଏଇ ଡାଇନୋସର୍ ଥିମ୍ ପାର୍କ ତିଆରି ହେଉଥିବାର ପ୍ରକାଶ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories