www.samajalive.in
Sunday, December 7, 2025
18.1 C
Bhubaneswar

‘ସମାଜ’ ଏକ ତୀର୍ଥସ୍ଥଳ: ଚେଲାକୁମାର

କଟକ: ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ତଥା ଦରଦୀପ୍ରାଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ଯୋଗଜନ୍ମା ମହାପୁରୁଷ। ତାଙ୍କର ଅକ୍ଳାନ୍ତ ପ୍ରଚେଷ୍ଟାରେ ଓଡ଼ିଶାରେ କଂଗ୍ରେସ ପ୍ରଭାବ ବିସ୍ତାର କରିଥିଲା। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ ଆଜି ଏକ ଶତାୟୁ ଅନୁଷ୍ଠାନରେ ପରିଣତ ହୋଇଛି। ଗୋପବନ୍ଧୁଙ୍କ ପରି ତାଙ୍କ ହାତଗଢ଼ା ‘ସମାଜ’ ସବୁବେଳେ ଓଡ଼ିଶାବାସୀଙ୍କ ସୁଖଦୁଃଖରେ ଠିଆ ହୋଇଛି। ଓଡ଼ିଶାକୁ କେହି ଆଗନ୍ତୁକ ଆସିଲେ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ ‘ସମାଜ’ ଅନୁଷ୍ଠାନକୁ ଆସିଥାନ୍ତି। ‘ସମାଜ’ ଏକ ଅନୁଷ୍ଠାନ ନୁହେଁ; ଏକ ତୀର୍ଥସ୍ଥଳ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଦାୟିତ୍ୱ ନେଇଥିବା ଡ. ଚେଲାକୁମାର କହିଛନ୍ତି।

ଗୁରୁବାର ଅପରାହ୍ଣରେ ଶ୍ରୀ ଚେଲାକୁମାର ଗୋପବନ୍ଧୁ ଭବନ ପରିଦର୍ଶନରେ ଆସି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତକୁମାର ମହାନ୍ତି ଓ ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସଙ୍କ ସହିତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ସେ ପ୍ରାଥମିକ ପର୍ଯ୍ୟାୟରେ କଂଗ୍ରେସର ସମସ୍ତ ବିଧାୟକ ଓ ସାଂସଦଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳରେ ଶୃଙ୍ଖଳାକୁ ସବୁବେଳେ ଗୁରୁତ୍ୱ ଦିଆଯାଇଥାଏ। କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। କ’ଣ ପାଇଁ ଦଳର ବିପର୍ଯ୍ୟୟ ଘଟୁଛି, ସେ ସମ୍ପର୍କରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ବିଶଦ ଆଲୋଚନା କରିବେ। ଆବଶ୍ୟକ ହେଲେ ଦଳୀୟ ସଂଗଠନରେ ପରିବର୍ତ୍ତନ କରାଯିବ। ବର୍ତ୍ତମାନ ରାଜ୍ୟରେ ହେବାକୁ ଥିବା ୨ଟି ଉପନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟ ନେଇ ଦଳ ଗୁରୁତ୍ୱ ଦେଉଛି। ନିର୍ବାଚନ ପରେ ତୃଣମୂଳସ୍ତରରେ ଦଳକୁ ସୁଦୃଢ଼ କରିବା ଦିଗରେ ରଣନୀତି ନିର୍ଣ୍ଣୟ କରାଯିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ନିକଟକୁ ଯିବ। ବିଶେଷକରି କେନ୍ଦ୍ରର ତ୍ରୁଟିପୂର୍ଣ୍ଣ କୃଷି ନୀତି ଓ ରାଜ୍ୟ ସରକାରଙ୍କ ଏକାଧିକ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ଆବଶ୍ୟକ ହେଲେ ସାଧାରଣଲୋକଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ବ୍ୟାପକ ଆନ୍ଦୋଳନ କରିବାକୁ ପଛାଇବ ନାହିଁ ବୋଲି ସେ କହିଥିଲେ। ଦଳର ସମସ୍ତ କର୍ମକର୍ତ୍ତା ଗୋଟିଏ ଲକ୍ଷ୍ୟନେଇ କାର୍ଯ୍ୟ କଲେ ଆଗାମୀ ୨୦୨୪ ନିର୍ବାଚନରେ ଦଳ ନିଶ୍ଚିତ କ୍ଷମତାକୁ ଫେରିବ ବୋଲି ସେ ଦୃଢ଼ ଆଶାବାଦୀ ବୋଲି କହିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ପ୍ରଦୀପ ମାଝି, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ମାନସ ଚୌଧୁରୀ, ସୁରେଶଚନ୍ଦ୍ର ମହାପାତ୍ର, ଇଂ ଆକାଶ ଭୂୟାଁଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories