www.samajalive.in
Monday, December 8, 2025
27.1 C
Bhubaneswar

ରୟାଲ ଇଣ୍ଟର ନେସନାଲ ସ୍କୁଲରେ ଯୌନ ଶୋଷଣ ଘଟଣା ; ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର : ବଲାଙ୍ଗିର ଜିଲା ତୁଷୁରାର ରୟାଲ ଇଣ୍ଟର ନେସନାଲ ସ୍କୁଲରେ ଅପ୍ରାକୃତିକ ଯୌନ ଶୋଷଣ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତି ଥିବା ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତକୁ ରାଉରକେଲା ସ୍ଥିତ ଜୁଭେନାଇଲ ପ୍ରୋବେସିନାରୀ ହାଉସ୍ କୁ ତାଙ୍କୁ ପଠେଇ ଦିଆଯାଇଛି। ଏ ନେଇ ତୁଷୁରା ଥାନା ପୁଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ଜିଲାର ମୁରିବାହାଲ ଥାନା ଅନ୍ତର୍ଗତ ଗୁଡିଘାଟ ଅଞ୍ଚଳର ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ତୁଷୁରା ସ୍ଥିତ ରୟାଲ ଇଣ୍ଟର ନେସନାଲ ସ୍କୁଲରେ ପାଠ ପଢୁଛନ୍ତି। ସେହି ସ୍କୁଲର ଜଣେ ମାଟ୍ରିକ୍ ଛାତ୍ର ଉକ୍ତ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ଶୋଷଣ ରଖିଥିଲେ। ଦୀର୍ଘ ଦିନ ଧରି ଏଭଳି ଶାରିରୀକ ଓ ମାନସିକ ଚାପରେ ପଞ୍ଚମ ଶ୍ରେଣୀ ଛାତ୍ର ଜଣକ ରହୁଥିବା ବେଳେ ଶେଷରେ ଘଟଣା ପରିବାର ଲୋକଙ୍କ ସାମ୍ନାକୁ ଆଣିଥିଲେ। ଏନେଇ ପରିବାର ଲୋକେ ତୁଷୁରା ଥାନାରେ ଗତ ସେପ୍ଟେମ୍ବର ୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ୫ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ତଦନ୍ତ ଚଳେଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ଜଣକ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି। ପୁଲିସ ତଦନ୍ତ ଚଳେଇ ଥିବା ବେଳେ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ତେବେ ସ୍କୁଲରେ ଦୀର୍ଘ ଦିନ ଧରି ଏଭଳି ଅସୁରକ୍ଷିତ ଓ ଅପ୍ରାକୃତିକ ଯୌନ ଶୋଷଣ ଚାଲିଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କୁନି କୁନି ଶିଶୁମାନେ ଏଠି ଭବିଷ୍ୟତ ଗଢିବାକୁ ଘର ଛାଡି ଅସିଥିବା ବେଳେ ସେମାନେ ମଧ୍ୟ ଅସୁରକ୍ଷିତ। ଯେଉଁ ଭଳି ଭାବେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ବଳୟ ମଧ୍ୟରେ ରଖାଯିବା କଥା ତାହା ରଖାଯାଉନଥିବା ବେଳେ ସ୍କୁଲର ପରିଚାଳନା ଗତ ତ୍ରୁଟି ରହିଥିବା ଜନସାଧାରଣରେ ମତପ୍ରକାଶ ପାଉଛି। ଏ ନେଇ ସ୍କୁଲ କର୍ତ୍ତୁପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories