www.samajalive.in
Monday, December 8, 2025
17.1 C
Bhubaneswar

ଭାରତର ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କଲେ ଡକ୍ଟର ଅବଦୁଲ୍ଲା ଅବଦୁଲ୍ଲା

ଆଫଗାନିସ୍ତାନ ରାଷ୍ଟ୍ରୀୟ ଉଚ୍ଚ ପରିଷଦ ଅଧ୍ୟକ୍ଷ ଡକ୍ଟର ଅବଦୁଲ୍ଲା ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଭାରତର ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଦୁଇ ନେତା ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ସ୍ୱାର୍ଥ ଉପରେ ଆଲୋଚନା କରିଥିଲେ। ଡକ୍ଟର ଅବଦୁଲ୍ଲା ଅବଦୁଲ୍ଲା ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟା ଏବଂ ଦୋହାରେ ଚାଲିଥିବା ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ଏହି ଅବସରରେ ଆଫଗାନିସ୍ତାନ ସହ ଭାରତର ବିକାଶ ସହଯୋଗ ସମେତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଡକ୍ଟର ଅବଦୁଲ୍ଲା ଅବଦୁଲ୍ଲା ୩ ବିଲିୟନ ଆମେରିକୀୟ ଡଲାର ସମ୍ବଳିତ ଭାରତୀର ବିକାଶମୂଳକ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଏଥିରେ ଆଫଗାନିସ୍ତାନର ୩୪ଟି ପ୍ରଦେଶ ଉପକୃତ ହେଉଥିବା ସେ କହିଛନ୍ତି। ଆଫଗାନିସ୍ତାନରେ ନିରନ୍ତର ଶାନ୍ତି ଏବଂ ସମୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଏବଂ ଆଫଗାନିସ୍ତାନରେ ବ୍ୟାପକ ତଥା ସ୍ଥାୟୀ ଅସ୍ତ୍ରବିରତି ଉଦ୍ୟମକୁ ସ୍ୱାଗତ କରିଛନ୍ତି।

- Advertisement -

ଅନ୍ୟ ପକ୍ଷରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ଡକ୍ଟର ଅବଦୁଲ୍ଲା ଅବଦୁଲ୍ଲାଙ୍କ ସହ ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟା, ହିଂସା ବୃଦ୍ଧି ଏବଂ ସେହି ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ଉପରେ ଆଲୋଚନା କରିଥିଲେ। ଆସନ୍ତାକାଲି ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories