www.samajalive.in
Monday, December 8, 2025
27.1 C
Bhubaneswar

ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇ ନିର୍ଦେଶକ ଅଶ୍ଵିନୀ କୁମାରଙ୍କ ଆତ୍ମହତ୍ୟା

ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ଶିମଲାଙ୍କ ବାସଭବନରେ ଝୁଲୁଥିବାବେଳେ ପୁଲିସ ଜବତ କରିଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ୍ ଜବତ କରିଛି । ଯେଉଁଥି​‌ରେ ତାଙ୍କ ଆତ୍ମହତ୍ୟା ନିମନ୍ତେ କେହି ଦାୟୀ ନୁହନ୍ତି ବୋଲି ଉଲ୍ଲେଖ ଅଛି । ଏଥିରେ ଜୀବନରେ ବୀତସ୍ପୃହ ହୋଇ ପରବର୍ତୀ ଯାତ୍ରାରେ ଯାଉଛି ବୋଲି ଲେଖାଯାଇଛି ।  ସିମଲା ଏସପି ମୋହିତ ଚାୱଲା ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ।

ଅଶ୍ୱିନୀ କୁମାର ଜଣେ ଆଇପିଏସ୍ ଅଧିକାରୀ ଥିଲେ ଏବଂ ୨୦୦୬ରୁ ୨୦୦୮ ପର୍ଯ୍ୟନ୍ତ ହିମାଚଳ ପୁୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରିଥିଲେ। ସେ ଅଗଷ୍ଟ ୨୦୦୮ ରୁ ନଭେମ୍ବର୨୦୧୦ ପର୍ଯ୍ୟନ୍ତ ମଧ୍ୟରେ ସିବିଆଇର ନିର୍ଦ୍ଦେଶକ ଥିଲେ। ଅଶ୍ଵିନୀ କୁମାର ହେଉଛନ୍ତି ସିବିଆଇର ପ୍ରଥମ ମୁଖ୍ୟ ଯିଏକି ପରେ ରାଜ୍ୟପାଳ ରୂପେ ନିଯୁକ୍ତି ପାଇଥିଲେ ।   ମାର୍ଚ୍ଚ ୨୦୧୩ରେ ସେ ନାଗାଲାଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ତେବେ ୨୦୧୪ ମସିହାରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ଶିମଲାର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଭିସି ମଧ୍ୟ ଥିଲେ।

- Advertisement -

ସୂଚନାନୁସାରେ ଅଶ୍ଵିନୀ କୁମାର କରୋନା ଲକଡାଉନ୍ ସମୟରେ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସହ ମୁମ୍ବାଇରେ ଥିଲେ ଏବଂ ନିକଟରେ ଶିମଲାକୁ ଫେରିଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories