www.samajalive.in
Monday, December 8, 2025
27.1 C
Bhubaneswar

ପୁରୁଣାକଟକ-ଧଳପୁର ରାସ୍ତା ନିର୍ମାଣ କାର୍ଯ୍ୟର ତଥ୍ୟ ମାଗିଲେ ଅଧ୍ୟକ୍ଷ

ହରଭଙ୍ଗା: ବହୁପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ କରୁଥିବା ପୁରୁଣାକଟକ-ଧଳପୁର ପୂର୍ତବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଛି।କୋଟି କୋଟି ଟଙ୍କା ବ୍ୟୟବରାଦରେ ୩୦ଫୁଟ ଓସାରରେ ୧୨.୫କି.ମି ରାସ୍ତା ନିର୍ମାଣ କରାଯିବ ବୋଲି ଜଣାପଡିଛି। ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ କୋଟି କୋଟି ଟଙ୍କା ବ୍ୟୟବରାଦରେ ବିନାସୂଚନା ଫଳକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁରହିବା ଘଟଣା ବିଭାଗୀୟ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ବିନା ସୂଚନା ଫଳକରେ ସାଧାରଣ ଲୋକଙ୍କୁ ଅନ୍ଧାରରେ ରଖି କୋଟି କୋଟି ଟଙ୍କା ବ୍ୟୟବରାଦରେ ପୁରୁଣାକଟକ-ଧଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ବ୍ଲକ ଚେୟାରମ୍ୟାନ ବିଶ୍ୱଜିତ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ପୁରୁଣାକଟକ-ଧଳପୁର ପୂର୍ତବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟର ସବିଶେଷ ତଥ୍ୟ ଦେବାକୁ ବିଭାଗୀୟ କାର୍ଯ୍ୟନିର୍ବାହୀ ଇଂଜିନୟର ବୌଦ୍ଧକୁ ପତ୍ର ଲେଖିଥିବା ଜଣାପଡିଛି। ଉକ୍ତ ଚିଠିରେ ପୁରୁଣାକଟ-ଧଳପୁର ପୂର୍ତବିଭାଗ ରାସ୍ତା କାର୍ଯ୍ୟ ପାଇଁ କେତେ ଅନୁଦାନ ଆସିଛି।ଏହି ରାସ୍ତା ନିର୍ମାଣ କାର୍ଯ୍ୟ କେଉଁ ଠିକାସଂସ୍ଥାକୁ ପ୍ରଦାନ କରାଯାଇଛି।ରାସ୍ତା କାର୍ଯ୍ୟ ପାଇଁ ଠିକାସଂସ୍ଥା କେତେଟଙ୍କାର ସତ୍ୟପାଠକରିଛନ୍ତି ଏବଂ ବର୍ତମାନ ପର୍ଯ୍ୟନ୍ତ କେତେଟଙ୍କା ବିଲ ପୈଠ ହୋଇଛି ଏ ବାବଦରେ ସବିଶେଷ ତଥ୍ୟ ଗୋଟିଏ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ସେ ବିଭାଗୀୟ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ସୂଚନା ଥାଉ କି ପୂର୍ତବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ୬ମାସ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ବାରମ୍ବାର ଅଭିଯୋଗ ଉଠୁଛି।ଏଥିପ୍ରତି ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories