www.samajalive.in
Tuesday, December 9, 2025
16.1 C
Bhubaneswar

କନ୍ଧମାଳ: ୨ କରୋନା ଯୋଦ୍ଧାଙ୍କ ସମେତ ୬୦ ସଂକ୍ରମିତ ଚିହ୍ନଟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ୨ ଜଣ କରୋନା ଯୋଦ୍ଧାଙ୍କ ସମେତ ୬୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪,୭୩୭ରେ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୪,୧୯୩ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ୨୩ ରହିଛି, ଆଉ ୫୨୧ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।

ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଞ୍ଚଳରେ ୬ ଜଣ ଓ ଗ୍ରାମାଞ୍ଚଳରେ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲିଗୁଡା ବିଜ୍ଞାପିତ ଅଞ୍ଚଳରୁ ୨ଜଣ, ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ଏବଂ ଗ୍ରାମାଞ୍ଚଳରୁ ଜଣେ ଲେଖାଏଁ, ଚକାପାଦରେ ୯, ଦାରିଙ୍ଗବାଡିରେ ୫, କ.ନୁଆଗାଁରେ ୩, ଖଜୁରିପଡାରେ ୩, ଫିରିଙ୍ଗିଆ ୯, ରାଇକିଆ ୧୩, ଟିକାବାଲିର ଜଣେ, ତୁମୁଡିବନ୍ଧ ଅଞ୍ଚଳରୁ ୩ ଜଣ ଏବଂ ଅନ୍ୟ ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି।

- Advertisement -

ଅନ୍ୟପକ୍ଷରେ ଦିନକୁ ଦିନ ସଂକ୍ରମିତ ହୋଇଥିବା କରୋନା ଯୋଦ୍ଧାମାନେ ସୁସ୍ଥ ହୋଇ ନିଜ ନିଜ କର୍ମସ୍ଥଳରେ ଯୋଗଦେବା ଆରମ୍ଭ କରିଥିବା ବେଳେ ଆଜି କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାର ଯୁବ ଏସ୍‍ଆଇ ଦଶରଥ ହେମ୍ରମ୍‍ ଗତ ୧୫ ତାରିକରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ସୁସ୍ଥହେବା ପରେ ଆଜି ସେ କାର୍ଯ୍ୟରେ ଯୋଗଦେଇଛନ୍ତି। ଦୀର୍ଘ ୧୮ଦିନ ପରେ ସେ ସୁସ୍ଥହୋଇ କାର୍ଯ୍ୟରେ ଯୋଗଦେବାପରେ ଥାନାର ବରିଷ୍ଠ ଏସ୍‍ଆଇ ପ୍ରଦୀପ କୁମାର ରାଉତ, ଏଏସ୍‍ଆଇ ବିଭୂଦତ୍ତ ଶର୍ମାଙ୍କ ସମେତ ଅନ୍ୟମାନେ ଫୁଳତୋଡ଼ା ଦେଇ ସ୍ୱାଗତ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଥାନାର ଥାନା ଅଧିକାରୀ ଓ ଅନ୍ୟ କିଛି କର୍ମଚାରୀ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଗତ ଦିନରେ ଉକ୍ତ ଥାନାର ୪ ଜଣ ଏସ୍‍ଓଜି ଯବାନମାନେ ସୁସ୍ଥ ହୋଇ ମଧ୍ୟ କାର୍ଯ୍ୟରେ ଯୋଗଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories