www.samajalive.in
Tuesday, December 9, 2025
16.1 C
Bhubaneswar

୩୧ଯାଏ ସ୍ବର୍ଗଦ୍ବାରରେ ବାହାର ଲୋକଙ୍କ ଶବସତ୍କାର ମନା

ପୁରୀ : ସ୍ବର୍ଗଦ୍ବାର ଶ୍ମଶାନରେ ଜିଲା ବାହାର ଲୋକଙ୍କ ଶବସତ୍କାର ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ନିର୍ଦେଶନାମା ପ୍ରକାଶ ପାଇଛି। ତେବେ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି ହୋଇଥିବା କଟକଣାକୁ ଉଠାଇ ଦେଇଛି ପ୍ରଶାସନ। ଜିଲାର ମୃତକଙ୍କ ସମ୍ପର୍କୀୟମାନେ କୋଭିଡ କଟକଣା ପାଳନ ସହ ମହୋଦଧିରେ ଅସ୍ଥି ବିସର୍ଜନ କରିପାରିବେ ବୋଲି ସେଥିରେ କୁହାଯାଇଛି। ଅନ୍ୟ ଜିଲାର ମୃତକଙ୍କ ଶବ ଯେପରି ପୁରୀ ଜିଲାରେ ପ୍ରବେଶ ନକରେ ସେଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେବାକୁ ତହସିଲଦାର, କମାଣ୍ଡର ଏବଂ ଥାନା ଅଧିକାରୀ ମାନଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ସ୍ବର୍ଗଦ୍ବାର ଶ୍ମଶାନରେ ଶବସତ୍କାର କଟକଣା ପାଳନ ପାଇଁ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories