www.samajalive.in
Monday, December 8, 2025
17.1 C
Bhubaneswar

ଚାଷୀଙ୍କୁ ଦଳି ଦେଲେ ବଣୁଆ ହାତୀପଲ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀ ଭୟ ବୃଦ୍ଧି ପାଉଥିବା ବେଳେ ଦୁର୍ଗମାଞ୍ଚଳ ଆଦିବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଚାଷୀଙ୍କ କଷ୍ଟୋର୍ପାଜିତ ଧାନ ଫସଲକୁ ବଣୁଆ ହାତୀପଲ ନଷ୍ଟ କରି ଦେଉଥିବା ବେଳେ ହାତୀ ଭୟରେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ଲୋକେ। ଦୀର୍ଘ ଦିନ ହେଲା ବ୍ଲକର ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀପଲ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣାକ୍ରମରେ ବ୍ଲକର ବେଡ଼ାଗାଁ ପଞ୍ଚାୟତ ସୁରଦେହେଡାଠାରେ ଜଣେ ଚାଷୀଙ୍କୁ ବଣୁଆ ହାତୀ ପାଦରେ ଦଳି ମାରିଦେଇଥିବା ଖବର ମିଳିଛି।

ଖବର ଅନୁଯାୟୀ, ବେଡାଗାଁ ଗ୍ରାମପଞ୍ଚାୟତ ମହେଶପେଟା ଗାଁର ବାସିନ୍ଦା ସାନ ମାଝୀ (୬୭) ସୁରଦେହେଡ଼ା ଗାଁରେ ରହି ଚାଷବାସ କରିବା ସହ ନିଜ ପରିବାର ପ୍ରତିପୋଷଣ କରୁଥିଲେ। ସବୁଦିନ ସକାଳୁ ଉଠି ନିଜ ଚାଷଜମିକୁ ଯିବା ଭଳି ଗତକାଲି ବଡି ସକାଳୁ ଚାଷଜମିକୁ ଯାଉଥିବାବେଳେ ସେ ହଠାତ୍‍ ବଣୁଆ ହାତୀପଲର ହାବୁଡରେ ପଡିଥିଲେ। ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜଙ୍ଗଲୀ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବା ସହ ପାଦରେ ଦଳି ଦେଇଥିବା ଜଣାପଡିଛି। ଫଳରେ ଘଟଣାସ୍ଥଳରେ ହିିଁ ସାନଙ୍କ ମୃତ୍ୟୁ ଘଟିଥିଲା। ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଓ ଗାଁ ଲୋକେ ଖୋଜାଖୋଜି କରି ମୃତଦେହ ଠାବ କରି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ ପକ୍ଷରୁ ବିଶ୍ୱନାଥପୁର ରେଞ୍ଜ ଅଫିସର ଲକ୍ଷ୍ୟା ମହାନନ୍ଦ ଓ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ସଦଳବଳେ ଘଟଣାସ୍ଥଳକୁ ଯାଇ ଶବ ଜବତ ଓ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ରେଞ୍ଜ ଅଫିସର ଶ୍ରୀ ମହାନନ୍ଦ ମୃତକଙ୍କ ପରିବାରବର୍ଗଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ତଦନ୍ତ ପରେ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories