www.samajalive.in
Monday, December 8, 2025
17.1 C
Bhubaneswar

ପାୟଲ ଘୋଷ ଯୌନ ଶୋଷଣ ମାମଲା: ଅନୁରାଗ କଶ୍ୟପଙ୍କୁ ସମନ ପଠାଇଲା ମୁମ୍ବଇ ପୁଲିସ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ପାୟଲ ଘୋଷଙ୍କ ଯୌନ ଶୋଷଣ ଅଭିଯୋଗର ସାମ୍ନା କରୁଥିବା ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଅଡ଼ୁଆ ବଢିବାରେ ଲାଗିଛି। ଏହି ମାମଲାରେ ଗୁରୁବାର ଦିନ ୧୧ଟାରେ ଭର୍ସୋଭା ପୁଲିସ ଷ୍ଟେସନରେ ହାଜର ହେବାକୁ ଅନୁରାଗଙ୍କୁ ଆଜି ସମନ ପଠାଇଛି ମୁମ୍ବଇ ପୁଲିସ।

ସୂଚନାଯୋଗ୍ୟ ଯେ, ଅନୁରାଗଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ। ବାରମ୍ବାର ପାୟଲ ତାଙ୍କ ଗିରଫ ଦାବି କରୁଛନ୍ତି। ପାୟଲଙ୍କ ଅଭିଯୋଗ ଅନୁସାରେ, ୨୦୧୫ରେ ସେ କାମ ପାଇଁ ଅନୁରାଗ କଶ୍ୟପଙ୍କ ନିକଟକୁ ଯାଇଥିବା ସମୟରେ ଅନୁରାଗ ତାଙ୍କ ପ୍ରତି ଖରାପ ବ୍ୟବହାର କରିଥିଲେ। ନିକଟରେ ସେ ଟ୍ୱିଟ୍‍ କରି ଏହାର ଖୁଲାସା କରିଥିଲେ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନ୍ୟାୟ ପାଇଁ ଗୁହାରି କରିଥିଲେ। ଏହାସହିତ ପାୟଲ ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ମଧ୍ୟ ଭେଟିଥିଲେ। ଏବେ ମୁମ୍ବଇ ପୁଲିସ ପଚରାଉଚରା ପାଇଁ ଅନୁରାଗଙ୍କୁ ସମନ ପଠାଇଛି।

- Advertisement -

ଅପର ପକ୍ଷରେ, ପାୟଲଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗଙ୍କ ଓକିଲ। ଅନୁରାଗଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ପାୟଲ ଏଭଳି ଅଭିଯୋଗ ଆଣିଥିବା ସେ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories