www.samajalive.in
Monday, December 8, 2025
20.1 C
Bhubaneswar

୩ବର୍ଷ ବୟସରେ ପ୍ରଚଣ୍ଡ ଧୀ’ ଶକ୍ତି ସ୍ୱୟମପ୍ରଜ୍ଞା

କେଶଦୁରାପାଳ: ଆନନ୍ଦପୁର ପୌରପରିଷଦ ୧୪ନଂ ୱାର୍ଡ଼ ଘସିପୁରା ଗ୍ରାମର ମୋନାଲିସା ସାହୁଙ୍କ ଝିଅ ସ୍ୱୟମପ୍ରଜ୍ଞା ସାହୁ। ମାତ୍ର ୩ବର୍ଷ ବୟସରେ ଏହି କୋମଳମତୀ ବାଳିକା ଏବେ ନିଜ ପ୍ରତିଭା ପାଇଁ ସମସ୍ତଙ୍କ ମନ ଜିଣିଛନ୍ତ। ପ୍ରଚଣ୍ଡ ଧୀ’ ଶକ୍ତି ବା ଶ୍ମରଣ ଶକ୍ତି ପାଇଁ ସେ ଏବେ ଆଖପାଖ ଅଞ୍ଚଳରେ ୱାଣ୍ଡର ଗାର୍ଲ ଭାବେ ପରିଚିତ ହୋଇଛନ୍ତି। ସ୍କୁଲରେ ପାଦ ଥାପି ନ ଥିବା ସ୍ୱୟମପଜ୍ଞାଙ୍କ ଜିଭ ଆଗରେ ରହିଛି ଶହଶହ ପ୍ରଶ୍ନର ଉତ୍ତର। ଅଧ୍ୟାତ୍ମିକ, ସହିତ୍ୟିକ କିମ୍ବା ସାଧାରଣ ଜ୍ଞାନ ପ୍ରଶ୍ନ ନ ଶରୁଣୁ ଉତ୍ତର ଦେବାରେ ପାରଙ୍ଗମ ସେ। ପ୍ରାୟ ୫ଶହରୁ ଅଧିକ ଇରାଂଜୀ ଶବ୍ଦର ବୀପରିତ ଶବ୍ଦ, ଦେଶର ସମସ୍ତ ରାଜ୍ୟର ରାଜଧାନୀ, କେଉଁ କବିଙ୍କୁ କେଉଁ ଉପାଧି ମିଳିଛି ତାହା ମଧ୍ୟ ସ୍ୱୟମପ୍ରଜ୍ଞା ଅନର୍ଗଳ କହିବାରେ ସକ୍ଷମ। ଏତତ ବ୍ୟତୀତ ସାଧାରଣଜ୍ଞାନ ଓ ବକ୍ତୃତା ରେ ମଧ୍ୟ ସେ ନିଜର ପ୍ରତିିଭା ଦେଖାଉଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କର ଏହି ଅନନ୍ୟ ପ୍ରତିଭା ସମ୍ପର୍କିତ ଭିଡିଓ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏଭଳି ପ୍ରତିଭାକୁ ସ୍ଥାନୀୟ ଅଞ୍ଚଳରେ କେହି କେହି ଚମତ୍କାର କହୁଛନ୍ତି। ତାଙ୍କ ମାଆ ମୋନାଲିସା ସାହୁ କିନ୍ତୁ ଝିଅର ଏଭଳି ପ୍ରତିଭାକୁ ଭଗବାନଙ୍କ ଆଶିର୍ବାଦ ବୋଲି କହିଛନ୍ତି। ଯାହା ଶୁଣେ ତାହାକୁ ଅବିଳମ୍ବେ ସ୍ମରଣ କରିବା କ୍ଷମତା ଝିଅର ଥିବା ସେ କହିଛନ୍ତି। ଝିଅକୁ ସମାଜରେ ଭଲ ମଣିଷ ଭାବେ ପ୍ରତିଷ୍ଠିତ କରିବାକୁ ମୋନାଲିସା ଆସା ବାନ୍ଧିଥିବା ବେଳେ ନାତୁଣୀର ପ୍ରତିଭା ପାଇଁ ଅଜା ଯୁଧିଷ୍ଠିର ସାହୁ ମଧ୍ୟ ବେଶ୍‍ ଗର୍ବିତ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories