www.samajalive.in
Monday, December 8, 2025
27.1 C
Bhubaneswar

ଧୋନିଙ୍କ ସହ କାହାରିକୁ ତୁଳନା କରାଯାଇ ପାରିବ ନାହିଁ : ସାମସନ୍‌

ଦୁବାଇ : ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ସହ କାହାରିକୁ ତୁଳନା କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍‌ସ ତରଫରୁ ଖେଳୁଥିବା ସଞ୍ଜୁ ସାମସନ୍‌।
ଚଳିତ ଆଇପିଏଲ୍‌ରେ ସାମସନ୍‌ ନିଜ ବିସ୍ଫୋରକ ବ୍ୟାଟିଂକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଚେନ୍ନଇ ସୁପର କିଙ୍ଗ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ସଞ୍ଜୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବା ପରେ ତାଙ୍କୁ ପରବର୍ତ୍ତୀ ଧୋନି ବୋଲି ଆଖ୍ୟା ଦେଇଥିଲେ କଂଗ୍ରେସ ସାଂସଦ ଶଶୀ ଥରୁର। ତେବେ ଥରୁରଙ୍କ ମନ୍ତବ୍ୟକୁ ନାପସନ୍ଦ କରିଥିଲେ ପୂର୍ବତନ କ୍ରିକେଟର୍‌ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ମଙ୍ଗଳବାର ନିଜ ପ୍ରତିକ୍ରିୟାରେ ସାମସନ୍‌ କହିଛନ୍ତି ଧୋନିଙ୍କ ସହ ସେ କିମ୍ବା ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ତୁଳନୀୟ ନୁହନ୍ତି। କେହି ଧୋନିଙ୍କ ପରି ବ୍ୟାଟିଂ କରିପାରିବେ ନାହିଁ। ଧୋନିଙ୍କ ପରି ବ୍ୟାଟିଂ କରିବା ଚେଷ୍ଟା କେହି କରିବା ଅନୁଚିତ୍‌। କ୍ରିକେଟ୍‌ରେ ଧୋନିଙ୍କ ସ୍ଥାନ ସ୍ବତନ୍ତ୍ର ଏବଂ ଏହାକୁ କେହି ନେଇପାରିବେ ନାହିଁ। ସେ ସର୍ବଦା ନିଜ ପ୍ରଦର୍ଶନ ଉପରେ ଦୃଷ୍ଟି ଦିଅନ୍ତି ଏବଂ ଭଲ ପ୍ରଦର୍ଶନ ଦ୍ବାରା ଦଳକୁ ଅଧିକରୁ ଅଧିକ ମ୍ୟାଚ୍‌ ଜିତାଇବା ତାଙ୍କ ଲକ୍ଷ୍ୟ ବୋଲି ସାମସନ୍‌ ସ୍ପଷ୍ଟ କରି ଦେଇଛନ୍ତି। ଆଇପିଏଲ୍‌ରେ ଭଲ ବ୍ୟାଟିଂ ପ୍ରଦର୍ଶନ କରି ସେ ଭାରତୀୟ ମନୋନୟନକାରୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ସାମସନ୍‌ କହିଥିଲେ ଏ ସଂପର୍କରେ ସେ କୌଣସି ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ। ଆଇପିଏଲ୍‌ର ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲ୍‌ସ ଦଳ ତରଫରୁ ଆଇପିଏଲ୍‌ରେ ଖେଳୁଥିବାରୁ ନିଜକୁ ସୌଭାଗ୍ୟବାନ ମନେ କରୁଥିବା ସାମସନ୍‌ କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories