www.samajalive.in
Monday, December 8, 2025
24.1 C
Bhubaneswar

ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରାଜସ୍ଥାନ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଦ୍ବାଦଶତମ ମ୍ୟାଚ ବୁଧବାର ଦୁବାଇରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ତୃତୀୟ ମ୍ୟାଚ ଖେଳିବେ। ପ୍ରଥମ ଦୁଇ ମ୍ୟାଚରେ ଚମତ୍କାର ବିଜୟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟ ରଖିଥିବାବେଳେ କୋଲକାତାର ନାଇଟ୍‌ ରାଇଡର୍ସ ବିଜୟ ଧାରାକୁ ବଜାୟ ଲକ୍ଷ୍ୟ ନେଇ ଖେଳିବ।
ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୪ ପଏଣ୍ଟ ହାସଲ କରିଛି। ପ୍ରଥମ ମ୍ୟାଚରେ ୧୬ରନରେ ଚେନ୍ନଇ ସୁପରକିଙ୍ଗସକୁ ଓ ଦ୍ବିତୀୟ ମ୍ୟାଚରେ ୪ ୱିକେଟରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଉଭୟ ମ୍ୟାଚରେ ରାଜସ୍ଥାନ ୨୦୦ରୁ ଅଧିକ ରନ୍‌ କରିବାରେ ସକ୍ଷମ ହୋଇଛି। ପଞ୍ଜାବ ବିପକ୍ଷରେ ରେକର୍ଡ ରନ୍‌କୁ ପିଛାକରି ମଧ୍ୟ ଦଳ ବିଜୟ ହାସଲ କରିଛି। ଅଧିନାୟକ ଷ୍ଟିଭ୍‌ ସ୍ମିଥ ଦୁଇଟି ମ୍ୟାଚରୁ ଦୁଇଟି ଅର୍ଦ୍ଧଶତକ ସହ ୧୧୯, ସଞ୍ଜୁ ସାମସନ୍‌ ଦୁଇଟି ଅର୍ଦ୍ଧଶତକ ସହ ୧୫୯ରନ କରିବାରେ ସକ୍ଷମ ହୋଇଛନ୍ତି। ପଞ୍ଜାବ ବିପକ୍ଷରେ ରାହୁଲ ତିୱାତିଆଙ୍କ ଚିତାକର୍ଷକ ଅର୍ଦ୍ଧଶତକ ଦଳର ମନୋବଳକୁ ବଢାଇଛି। ଜୋସ୍ ବଟ୍‌ଲର ପଞ୍ଜାବ ବିପକ୍ଷରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ କେକେଆର ବିପକ୍ଷରେ ଖେଳିବେ। ବୋଲିଂରେ ଜୟଦେବ ଉନାଦକତ୍, ଜେଫ୍ରା ଆର୍ଚର ପେସ୍ ବିଭାଗ ସମ୍ଭାଳିବାବେଳେ ସ୍ପିନ ବିଭାଗରେ ଏସ୍ ଗୋପାଳ, ରାହୁଲ ତିୱାତିଆ ପ୍ରମୁଖ ରହିଛନ୍ତି। ଅଲ୍‌ରାଉଣ୍ଡର ଭାବେ ଟମ୍‌ କରନ୍ ରହିଛନ୍ତି। ରାଜସ୍ଥାନର ପ୍ରଦର୍ଶନ ଆଇପିଏଲର ସବୁଠାରୁ ଆଗରେ ରହିଛି। ଅନ୍ୟପକ୍ଷରେ ଦିନେଶ କାର୍ତ୍ତିକଙ୍କ ନେତୃତ୍ବାଧୀନ କୋଲକାତା ନାଇଟ୍‌ ରାଇଡର୍ସ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚରେ ୪୯ରନରେ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲା। ଓପନର ଶୁଭମାନ ଗିଲ୍‌ ଓ ଇୟାନ ମୋର୍ଗାନ ସନ୍‌ରାଇଜର୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବାବେଳେ ଅଲରାଉଣ୍ଡର ଆ​‌େ​‌ଣ୍ଡ୍ର ରସେଲଙ୍କ ବ୍ୟାଟିଂ ଯାଦୁ ଏପର୍ୟ୍ୟନ୍ତ ଦେଖିବାକୁ ମିଳିନାହିଁ। ସୁନୀଲ ନାରାୟଣ, କାର୍ତ୍ତିକ, ନିତିନ ରାଣା, ପ୍ୟାଟ୍‌ କମିନ୍ସ ଏପର୍ୟ୍ୟନ୍ତ ସଫଳତା ହାସଲ କରିପାରିନାହାନ୍ତି। ଅନଭିଜ୍ଞ ଫାଷ୍ଟ ବୋଲିଂ ଯୋଡ଼ି ନାଗରକୋଟି ଓ ଶୁଭମ ମାଭିଙ୍କୁ ନେଇ କେକେଆର ​ଖେଳୁଥିବାବେ​ଳେ ସ୍ପିନର ଭାବେ କୁଲଦୀପ୍ ଯାଦବ ରହିଛନ୍ତି। ଉଭୟ ଦଳର ବର୍ତ୍ତମାନ ପ୍ରଦର୍ଶନକୁ ଦେଖିଲେ କେକେଆର ବିପକ୍ଷରେ ରାଜସ୍ଥାନ ଫେଭରିଟ୍‌ ବିବେଚନା କରାଯାଉଛି। କ୍ରିକେଟପ୍ରେମୀ ରାଜସ୍ଥାନଠାରୁ ଆଉ ଏକ ବଡ ସ୍କୋରିଂ ମ୍ୟାଚ ଦେଖିବାକୁ ନଜର ରଖିଥିବାବେଳେ କେକେଆର ସ୍ମିଥ୍‌, ସାମସନଙ୍କୁ ରୋକିବା ନେଇ ଉଦ୍ୟମ କରିବ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories