www.samajalive.in
Monday, December 8, 2025
17.1 C
Bhubaneswar

ମହିଳା ମେଟ୍ ଚୟନରେ ଅନିୟମିତତା ଅଭିଯୋଗ ;  ବିଡ଼ିଓଙ୍କ ନିକଟରେ ଫେରାଦ୍

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ରତଙ୍ଗ ପଂଚାୟତ ଅନ୍ତର୍ଗତ ଡ଼ଙ୍ଗରପଡ଼ା ଗ୍ରାମରେ ମହିଳା ମେଟ୍ ଚୟନରେ ଅନିୟମିତତା ଅଭିଯୋଗ କରି ଉକ୍ତ ଗ୍ରାମର ପ୍ରାର୍ଥୀଙ୍କ ସମେତ ଗ୍ରାମବାସୀମାନେ ଲିଖିତ ଭାବେ ବ୍ଳକ ପ୍ରଶାସନର ଦ୍ୱାରସ୍ଥ ହୋଇ ଏହାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଏହା ପୂର୍ବରୁ ଗ୍ରମାବାସୀ ମାନେ ମିଳିତ ଭାବେ ସରପଂଚଙ୍କୁ ମଧ୍ୟ ଲିଖିତ ଭାବେ ଦର୍ଶାଇଛନ୍ତି।

ଖବର ପ୍ରକାରେ , ଡ଼ଙ୍ଗରପଡ଼ା ଗ୍ରାମରେ ଜଣେ ମହିଳା ମେଟ୍ ନିଯୁକ୍ତି ପାଇଁ ଗଦ ଦିନରେ ଏକ ବିଜ୍ଞାପନ ବାହାରିଥିଲା। ବିଜ୍ଞାପନ ପ୍ରକାରେ ଏକାଧିକ ମହିଳା ଆବେଦନ କରିଥିବା ବେଳେ ତାଲିକାରେ ବବିତା ମଲିକଙ୍କର ଥିବାର ଦିଆଯାଇଥିବା ଅଭିଯୋଗ ପତ୍ରରୁ ପ୍ରକାଶ। ତେବେ ଗତ ୧୬ ତାରିଖ ଦିନ ଏହି ମେଟ୍ ପାଇଁ ଚୟନ ହୋଇଥିଲେ ମଧ୍ୟ ତାଲିକାର ପ୍ରଥମରେ ଥିବା ବବିତାଙ୍କୁ କୌଣସି ପ୍ରକାକର ସୂୂଚନା ଦିଆନଯାଇ ହାତଗଣତି କିଛି ଲୋକଙ୍କୁ ନେଇ ମେଟ୍ ଚୟନ କରାଯାଇଥିବା ଗ୍ରମାବାସୀ ମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେଣୁ ଏ ଦିଗରେ ବି.ଡ଼ି.ଓ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଗ୍ରାମର ଚନ୍ଦାବତୀ ମଲିକ , ଶିବାନି ପ୍ରଧାନ , ରଶ୍ମିତା ମଲିକ ,ଅରୁଣ କୁମାର ପ୍ରଧାନ , ସୁବାଷ ଚନ୍ଦ୍ର ମଲିକ ଓ ଅନ୍ୟ ସମସ୍ତ ଗ୍ରାମବାସୀ ମାନେ ଦାବିକରିଛନ୍ତି। ଏ ଦିଗରେ ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାନଯାଏ ତାହାହେଲେ ବାଧ୍ୟ ହୋଇ ଅଞ୍ଚଳବାସୀ ରାଜ ରାସ୍ତାକୁ ଓଲ୍ଳାଇବେ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories