www.samajalive.in
Tuesday, December 9, 2025
17.1 C
Bhubaneswar

ପୁରୀରେ ସଂକ୍ରମଣ ବୃଦ୍ଧି ; ୪୦୪ ସେବାୟତ କରୋନା ଆକ୍ରାନ୍ତ

ପୁରୀ : ରାଜ୍ୟରେ ୨୪ ଘଣ୍ଟାରେ ମୋଟ ୩ହଜାର ୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ପୁରୀରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୧୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। । ଏହାସହ ମୋଟ ୪୦୪ ଜଣ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩୫୧ ଜଣ ସେବାୟତ ଓ ୫୩ ଜଣ କର୍ମଚାରୀ ରହିଛନ୍ତି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି।
ସେହିପରି ସେବାୟତ, କର୍ମଚାରୀ ମାସ୍କ ନିହାତି ପିନ୍ଧିବା ସହ ଅନ୍ୟାନ୍ୟ ନୀତିନିୟମ ପ୍ରତି ଅଧିକ ରୁ ଅଧିକ ଧ୍ୟାନ ଦେବେ। ଏଭଳି ସଂକ୍ରମଣ ବୃଦ୍ଧି କାରଣରୁ ଆଗକୁ ମହାପ୍ରଭୁଙ୍କ ନୀତି କିଭଳି ସଠିକ ଭାବେ ସମ୍ପନ୍ନ ହେବ ସେନଇ ମଧ୍ୟ ଚିନ୍ତା ବଢିଛି।
ଏଭଳି ପରିସ୍ଥିତି ସୃଷ୍ଟି ହେବା ପରେ ପୁରୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସିଡ଼ିଏମଓ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ। ମନ୍ଦିର ପରିସରରେ ପାନ ଛେପ ପକାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ବେଳେ ପାନ ଖାଇଥିବା ସେବାୟତଙ୍କୁ ମନ୍ଦିର ଭିତରକୁ ଛାଡ଼ିଲେ ଜଗୁଆଳିଙ୍କୁ ଦଣ୍ଡିତ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories