www.samajalive.in
Sunday, December 7, 2025
15.1 C
Bhubaneswar

ଦଳଛାଡି ଅଲଗା ହୋଇଥିବା ଦନ୍ତା ଘାତକ ସାଜିଛି: ଭାଙ୍ଗିଲା ୨ ବାଇକ, ସନ୍ଧ୍ୟା ହେଲେ ପଶୁଛି ଗାଁରେ

ଗୁରୁଡିଝାଟିଆ: ଦଳଠାରୁ ଅଲଗା ହୋଇଥିବା ଦନ୍ତାହାତୀ ଏବେ ଭୟାନକ ହୋଇଉଠିଛି। ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ କଖଡି-କପୁରସିଂ ରାସ୍ତାର ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲର ବରଦେଇ ଠାକୁରାଣୀ ନିକଟରେ ଦୁଇ ବାଇକ ଭାଙ୍ଗିଛି ଦନ୍ତାହାତୀ। ହାତୀର ଗତିବିଧିକୁ ଅନୁଧ୍ୟାନ କରି ଲୋକଙ୍କୁ ରାସ୍ତାରେ ସୁରକ୍ଷିତରେ ଛାଡୁଥିବା ହାତୀଜଗୁଆଳୀ ବିଶ୍ୱନାଥ ପରିଡାର ବାଇକକୁ ଭାଙ୍ଗିଛି। ସେହିଭଳି ଅନ୍ୟଜଣଙ୍କର ବାଇକ ମଧ୍ୟ ଭାଙ୍ଗିଦେଇଛି ଦନ୍ତାହାତୀ। ଗତ ୩ ଦିନ ହେଲା ହାତୀଟି ଅତ୍ୟନ୍ତ ଅସ୍ୱାଭାବିକ ଆଚରଣ କରୁଛି। ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ସିଧା ସଳଖ ଆସୁଛି ଜନବସତି ଆଡକୁ। ଆଶ୍ଚର୍ୟ୍ୟର କଥା ଫସଲ କିଆରୀ ହାତୀଟି ଜନବସତି ଆଡକୁ ଆସୁଥିଲେ ମଧ୍ୟ ଫସଲ ଖାଉନାହିଁ। ଆଜି ସନ୍ଧ୍ୟାରେ କଖଡି ହାଇସ୍କୁଲ ପଛପଟରେ ଛପି ଛିଡାହୋଇଥିଲା। ବନକର୍ମଚାରୀ ଓ ହାତୀଜଗୁଆଳୀ ହାତୀଟିର ଗଚ୍ଛିବିଧିକୁ ଲକ୍ଷ୍ୟକରି କଖଡି ହାଇସ୍କୁଲ ନିକଟରେ ପହଞ୍ଚି ଦେଖିଥିଲେ ହାତୀଟି ଛପିକରି ଗଛମୂଳେ ଛିଡା ହୋଇଛି। ତାକୁ ଘଉଡାଇବା ପାଇଁ ଉଦ୍ୟମ କଲାବେଳେ ଉତକ୍ଷିପ୍ତ ହୋଇ ହାତୀଟି ବନକର୍ମଚାରୀଆଡକୁ ଦୌଡି ଆସିଥିଲା। ସେହିଭଳି ଭାବରେ ଗତକାଲି ହାତୀ ଜଙ୍ଗଲରୁ ଆସି ନାରଙ୍ଗବସ୍ତ,କଖଡି, ମହାଳପଡା ଓ ବ୍ରହ୍ମପୁର ଦେଇ ରାତିତମାମ ରାସ୍ତାରେ ମନଇଚ୍ଛା ଯିବା ଆସିବା କରିଥିଲା। ସକାଳୁ ସକାଳୁ ପୁଣି ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲା।

ପ୍ରକାଶଯୋଗ୍ୟ, ଗତ ଦୁଇଦିିନ ତଳେ ବ୍ରହ୍ମପୁର ଅନୁସୂଚିତ ଜାତି ସାହିର ୨ଜଣଙ୍କ ଚାଳଛପର ଘରକୁ ଦନ୍ତାହାତୀ ଭାଙ୍ଗିଦେଇଥିଲା। ହାତୀଟିର ଅସ୍ୱଭାବିକ ଆଚରଣ ଓ ଭୟାନକ ରୂପ ଦେଖି ଅଞ୍ଚଳର ଲୋକମାନେ ସନ୍ଧ୍ୟାପରେ ଓ ସକାଳ ସମୟରେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ସାଧାରଣତଃ ଦଳରୁ ଅଲଗା ହୋଇଥିବା ଗୋଟିକିଆ ହାତୀ ମଣିଷ ମାରିବାକୁ ପଛାଇ ନଥାଏ। ଯାହାକି ଉକ୍ତ ଦନ୍ତାହାତୀର ଆଚରଣରୁ ଦେଖାଦେଇଛି। ଏଣୁ ବନକର୍ମଚାରୀମାନେ ନିକଟସ୍ଥ ଗାଁର ଜନସାଧାରଣଙ୍କୁ ହାତୀ ଅବସ୍ଥିତି ସଂପର୍କରେ ଜଣାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories