www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହିଳାମାନେ ଆପଣାନ୍ତୁ ଏହି ଉପାୟ

ଡ଼ାଳିମ୍ବ –
ମହିଳାଙ୍କ ଠାରେ ଆଇରନର ମାତ୍ରା ଖୁବ କମ ଦେଖାଯାଏ। ତେଣୁ ତାଙ୍କୁ ଆଇରନ ଭରପୁର ମାତ୍ରାରେ ଥିବା ଖାଦ୍ୟଦ୍ରବ୍ୟ ଖାଇବା ଉଚିତ। ଡ଼ାଳିମ୍ବରେ ପ୍ରାୟ ୮୪ ଭାଗ ଆଇରନ ରହିଛି। ତେଣୁ ଡ଼ାଳିମ୍ବ ଖାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ।
ସେଓ –
ସେଓ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଫଳ ଅଟେ। ସେଓରେ ଥିବା ଭିଟାମିନ ଏବଂ ପୋଷକ ତତ୍ତ୍ୱ ମୋଟାପଣ ଦୂର କରିବା ସହ ପେଟ ସହ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ନିୟମିତ ସେଓ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ରକ୍ତର ଅଭାବ ଦୂର ହୋଇଥାଏ।
କ୍ଷୀର –
ବୟସ ବୃଦ୍ଧି ପାଇବା ସହ ମହିଳାଙ୍କ ଶରୀରରେ କ୍ୟାଲସିୟମର ଅଭାବ ହୋଇଥାଏ। ଏହି କାରଣରୁ ତାଙ୍କ ହାଡ଼ ଦୁର୍ବଳ ହୋଇଥାଏ ଓ ହାଲିଆ ମଧ୍ୟ ଅନୁଭୂତ ହୋଇଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ମହିଳାମାନଙ୍କୁ ଏକ ଗ୍ଲାସ କ୍ଷୀର ପିଇବା ଜରୁରୀ ଅଟେ। କ୍ଷୀରରେ ଥିବା ଭିଟାମିନ ଓ ମିନେରାଲସ ମହିଳାଙ୍କର ଶାରିରୀକ ଓ ମାନସିକ ଅବସ୍ଥା ସୁସ୍ଥ ରହିଥାଏ।
ଅଁଳା –
ଅଁଳାରେ ଭିଟାମିନ ସି ଭରପୁର ମାତ୍ରାରେ ଥିବା ସହ ଭିଟାମିନ ଏ, ଓମେଗା ୩,ଫାଇବର ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି, ତେଣୁ ମହିଳାଙ୍କ ପାଇଁ ଅଁଳା ଖାଇବା ନିତ୍ୟାନ୍ତ ଆବଶ୍ୟକ। ଏହାକୁ ନିୟମିତ ଖାଇବା ଦ୍ୱାରା ମହିଳାଙ୍କର ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଅଣ୍ଡା –
ମହିଳାଙ୍କୁ ସପ୍ତାହକୁ ୩ ରୁ ୪ଥର ଅଣ୍ଡା ଖାଇବା ନିତ୍ୟାନ୍ତ ଆବଶ୍ୟକ। ଏଥିରେ ଥିବା ପ୍ରୋଟିନ ଓ କ୍ୟାଲସିୟମ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହା ହାଡ଼ ମଧ୍ୟ ମଜଭୂତ କରିଥାଏ। ଏହା ଶରୀର ପାଇଁ ଖୁବ ହିତକାରକ ଅଟେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories