www.samajalive.in
Monday, December 8, 2025
20.1 C
Bhubaneswar

ଅକ୍ଟୋବରରୁ ମିଠାରେ ରହିବ ‘ତମାଦି ଅବଧି’

କଲକାତା: ଏଥର ସମସ୍ତ ମିଷ୍ଟାନ୍ନରେ ଏକ୍ସପ୍ୟାରି ଡେଟ୍‌ ରଖାଯିବା ପାଇଁ କେନ୍ଦ୍ର ପକ୍ଷରୁ ବାଧ୍ୟତାମୂଳକ କରାଯିବା ନିର୍ଦେଶକୁ ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ରାଜ୍ୟ ଖାଦ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେଦୃଷ୍ଟିରୁ ରାଜ୍ୟର ସମସ୍ତ ମିଠା ଦୋକାନରେ ଅକ୍ଟୋବର ପହିଲାରୁ ଅର୍ଥାତ୍‌ ୧ତାରିଖରୁ ପ୍ରତିଟି ମିଠାରେ ମୂଲ୍ୟ ସାଙ୍ଗକୁ ତମାଦି ଅବଧି (ଏକ୍ସପାଏରି ଡେଟ୍‌) ରହିବ; ଯାହାଦ୍ବାରା ସାଧାରଣ ଗ୍ରାହକ କୌଣସି ବିଭ୍ରାନ୍ତରେ ପଡ଼ିବେ ନାହିଁ। କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଚିଠିରେ ଆହୁରି ଉଲ୍ଲେଖ କରାଯାଇଛି ଯେ ପ୍ରତିଟି ମିଠା ପ୍ୟାକେଟ୍‌ ଉପରେ ଯେପରି ଏକ୍ସପ୍ୟାରି ଡେଟ୍‌ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ ସେଥିପ୍ରତି ପ୍ରତ୍ୟେକ ଦୋକାନୀଙ୍କୁ ଗୁରୁତ୍ବ ଦେବାକୁ ହେବ।

ରାଜ୍ୟ ମିଷ୍ଟାନ୍ନ ଭଣ୍ଡାର କମିଟି ସଭାପତି ସୁଦେଶ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଏହି ନିର୍ଦେଶ ଅତ୍ୟନ୍ତ ଯୁଗୋପଯୋଗୀ। ଏହାଦ୍ବାରା କେବେଳ ଗ୍ରାହକ ନୁହେଁ ମିଷ୍ଟାନ୍ନ ଦୋକାନଗୁଡ଼ିକର ଖାଦ୍ୟ ସାମଗ୍ରୀ ପ୍ରତି ସାଧାରଣଙ୍କ ଭରସା ବଢ଼ିବ। ଯାହାଦ୍ବାରା କ୍ରେତା ଓ ବିକ୍ରେତା ଉଭୟ ଆଶ୍ବସ୍ତ ରହିବେ। ଏହି ନିର୍ଦେଶ ପୂର୍ବରୁ ଘୋଷଣା କରାଯାଇଥିଲେ ସୁଦ୍ଧା ଯଥାଯଥ ଭାବେ ପାଳନ ନ କରାଯିବାଦ୍ବାରା ବନ୍ଦ ହୋଇଯାଇଥିଲା। ତେବେ ବର୍ତ୍ତମାନ ଯେଉଁ ନିର୍ଦେଶ ଜାରି ହେବାକୁ ଯାଉଛି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories