www.samajalive.in
Sunday, December 7, 2025
15.1 C
Bhubaneswar

ହିଣ୍ଡାଲକୋ ଇଞ୍ଜିନିୟର ତିଆରି କଲେ କରୋନା ଯୋଦ୍ଧା ‘ରୋବୋଟିକ୍ ନର୍ସ’

ରେଙ୍ଗାଲି: ହୀରାକୁଦ ସ୍ଥିତ ହିଣ୍ଡାଲକୋ କମ୍ପାନୀରେ କାର୍ଯ୍ୟରତ ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପର ବାସିନ୍ଦା ଆଶିଷ ମାହାଣା କରୋନା ମହାମାରୀରେ ଆକ୍ରାନ୍ତଙ୍କ ସେବା ଏବଂ ସହାୟତା ପାଇଁ ନିଜେ ଗବେଷଣା କରି ରୋବୋଟିକ୍ ନର୍ସ ତିଆରି କରିବାରେ ସଫଳ ହୋଇଛନ୍ତି। ଶ୍ରୀ ମାହାଣାଙ୍କ ଦ୍ବାରା ନିର୍ମିତ ରୋବଟିକ୍ ନର୍ସ ହିଣ୍ଡାଲକୋ ସମ୍ବଲପୁର କ୍ଲଷ୍ଟର ମୁଖ୍ୟ ରାଜେଶ ଗୁପ୍ତାଙ୍କ ଦ୍ବାରା ପ୍ରଶଂସିତ ହୋଇଛି। କରୋନାରୁ ରକ୍ଷା ପାଇବା ପାଇଁ ସବୁଠାରେ ସାମାଜିକ ଦୂରତାକୁ ପାଳନ ପାଇଁ କୁହାଯାଇଛି। ଏହା ବ୍ୟତୀତ ସଂପ୍ରତି କରୋନା ରୋଗୀଙ୍କ ଚିକିତ୍ସା ଏବଂ ସେବା ପାଇଁ ଡାକ୍ତର, ନର୍ସ ତଥା ସ୍ବାସ୍ଥ୍ୟ କର୍ମଚାରୀମାନେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ରୋବୋଟିକ୍ ନର୍ସ ଏଥିରେ ସହାୟକ ହେବ ବୋଲି ଆଶିଷ କହିଛନ୍ତି।

ରୋବୋଟିକ୍ ନର୍ସ ସ୍ବଛନ୍ଦରେ ୧୫କେଜି ଓଜନର ଜିନିଷ ବୋହି ଚଳପ୍ରଚଳ କରି ରୋଗୀଙ୍କୁ ଔଷଧ, ସାଲାଇନ୍, ଖାଦ୍ୟ ଜିନିଷ ଦେଇପାରିବ। ରୋବୋଟିକ୍ ନିଜେ ସ୍ବତଃପ୍ରବୃତ ଭାବେ ସାନିଟାଇଜ୍ ହେବା ସହିତ ଯେକୌଣସି ସ୍ଥାନକୁ ସାନିଟାଇଜ୍ କରିପାରିବ।ରୋବୋଟିକ୍ ରୋଗୀମାନଙ୍କ ପାଖରେ ଥିବା ଅଳିଆ, ଆବର୍ଜନାକୁ ସଂଗ୍ରହ କରି ଡଷ୍ଟବିନରେ ପକାଇବାର କ୍ଷମତା ରହିଛି। ଏଥିରେ ୩୬୦ଡିଗ୍ରୀ କ୍ୟାମେରା ଲାଗିଥିରୁ ରୋଗୀଠାରୁ ଡାକ୍ତର ଏବଂ ନର୍ସଙ୍କ ଚାମ୍ବର୍ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ସୁବିଧା ହେବ। ଡାକ୍ତର ଏବଂ ନର୍ସ ରୋଗୀ ପାଖକୁ ନ ଆସି କ୍ୟାମେରାରେ ରୋଗୀର ସ୍ଥିତି ଦେଖି ପାରିବା ସହିତ ରୋଗୀ ସାଙ୍ଗରେ କଥାବାର୍ତ୍ତା କରି ସ୍ବାସ୍ଥ୍ୟ ଅବସ୍ଥା ବୁଝାସୁଝା କରି ପାରିବେ ବୋଲି ରୋବୋଟିକ୍ ନିର୍ମାତା ଆଶିଷ ମାହାଣା କହିଛନ୍ତି। ରୋବୋଟିକ୍ ଡାକ୍ତରଖାନା ବ୍ୟତୀତ ଅଗ୍ନି ନିର୍ବାପନକାରୀ ସଂସ୍ଥା, ସେନାବାହିନୀ, ପୁଲିସ ବିଭାଗ, ଷ୍ଟୋର ଆଦି ସ୍ଥଂସ୍ଥାରେ ସୂଚାରୁ ରୂପେ କାର୍ୟ୍ୟ କରିବାକୁ ସକ୍ଷମ ହେବ ବୋଲି କହିଛନ୍ତି ଆଶିଷ। ରିମୋଟ୍ ଖଞ୍ଜାଗଲେ ରୋବୋଟିକ୍ ୩ କିଲୋମିଟର ଦୂରତାକୁ ଯାଇ କାର୍ୟ୍ୟ ସମ୍ପାଦନ କରିବାର କ୍ଷମତା ରହିଛି ବୋଲି ସେ କହିଛନ୍ତି।

- Advertisement -

ଏହି ରୋବୋଟିକ୍ କୁ ମୁଁ ଏକ ମଡେଲ୍ ଭାବେ ପ୍ରସ୍ତୁତ କରିଛି। ସରକାରୀ ପ୍ରୋତ୍ସାହନ ମିଳିଲେ ବ୍ୟବସାୟୀକ ଭିତ୍ତିରେ କମ୍ ଖର୍ଚ୍ଚରେ ଏହାର ନିର୍ମାଣ କରାଯାଇ ପାରିବ। ମେକ୍ ଇନ୍ ଇଣ୍ଡିଆରେ ଏହା ରୋଜଗାର ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ। ୧୫ହଜାରରୁ ୨୫ ହଜାର ଟଙ୍କାରେ ଏହା ନିର୍ମାଣ କରାଯାଇ ପାରିବ ବୋଲି ଆଶିଷ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories