www.samajalive.in
Tuesday, December 9, 2025
17.1 C
Bhubaneswar

୬୫ବସ୍ତା ନକଲି ଗୁଟୁଖା ଜବତ, ଜଣେ ଅଟକ

ବେତନଟୀ : ମୟୂରଭଞ୍ଜ ଜିଲା ବେତନଟୀ ପୁଲିସକୁ ଗୁରୁବାର ମିଳିଛି ଅପୂର୍ବ ସଫଳତା। ଦୀର୍ଘଦିନରୁ ଚାଲିଥିବା ବିଭିନ୍ନ ନକଲୀ ସାମଗ୍ରୀର କାରବାର ପର୍ଦ୍ଦାଫାସ କରି ବେତନଟୀ ଆନନ୍ଦବଜାରର ଆରଏମସି ଛକ ନିକଟରେ ଥିବା ଜଣେ ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢାଉକରି ୬୫ବସ୍ତା ନକଲି ଗୁଟୁଖା ଜବତ କରିଛି। ପୁଲିସ ଜବତ କରିଥିବା ଗୁଟୁଖାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ। ବେତନଟୀ ପୁଲିସକୁ ଏଠାରେ ନକଲି ସାମଗ୍ରୀ ହୋଲସେଲରେଟରେ ବିକ୍ରି ହେବାର ଖବର ଥିବାବେଳେ ପୁଲିସ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଗୁରୁବାର ଚଢାଉ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଗୁରୁବାର ଅପରାହ୍ନରେ ହଠାତ ବେତନଟୀ ଆରସିଏମଏସ ଛକ ନିକଟରେ ଥିବା ଅକ୍ଷୟ ଦାସଙ୍କ ହୋଲସେଲ ଦୋକାନ ଓ ଗୋଦାମ ଉପରେ ଚଢାଉ କରିଥିଲେ।

ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ ଓ ଏସଆଇ ବିନୟ ରଞ୍ଜନ ପରିଡା ଅକ୍ଷୟ ଦାସଙ୍କ ଦୋକାନରେ ଚଢାଉ କରିଥିଲେ। ବଡସାହି ଅତିରିକ୍ତ ତହସିଲଦାର ପୃଥୀରାଜ ପରିଡା ମାଜିଷ୍ଟ୍ରେଟ ଭାବେ ଏହି ଚଢାଉ ସମୟରେ ଉପସ୍ଥିତ ଥିଲେ। ଶ୍ରୀ ଦାସଙ୍କର ଦୋକାନ, ଦୋକାନ ନିକଟ ଗୋଦାମ ଓ ତାଙ୍କ ବାସଭବନରେ ମଧ୍ୟ ଗୋଦାମ ଥିବା ଜଣାଯାଇଛି। ଏତେ ପରିମାଣର ନକଲି ଗୁଟୁଖା କେଉଁଠାରୁ ଆସିଲା ତାହାର ତଦନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories