www.samajalive.in
Monday, December 8, 2025
27.1 C
Bhubaneswar

ସୁରେଶ ଅଙ୍ଗାଡିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ : କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ” କର୍ଣ୍ଣାଟକରେ ଦଳକୁ ଶକ୍ତିଶାଳୀ କରିବା ଦିଗରେ ସୁରେଶ ଅଙ୍ଗାଡି ଜଣେ ଅସାଧାରଣ କାର୍ଯ୍ୟକର୍ତ୍ତା ଥିଲେ । ସେ ଜଣେ ଉତ୍ସର୍ଗୀକୃତ ସାଂସଦ ତଥା ପ୍ରଭାବଶାଳୀ ମନ୍ତ୍ରୀ ଏବଂ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ । ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁଙ୍କ ପ୍ରତି ମୋର ସମବେଦନା। ଓମ୍ ଶାନ୍ତି”।

ସୂଚନାଯୋଗ୍ୟ, ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ବୁଧବାର କରୋନାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଚଳିତ ମାସ ଆରମ୍ଭରେ ସେ କରୋନା ଭୂତାଣୁରେ ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସୁରେଶ ଅଙ୍ଗାଡି ହେଉଛନ୍ତି କରୋନା ଯୋଗୁଁ ପ୍ରାଣ ହରାଇବାରେ କର୍ଣ୍ଣାଟକର ଦ୍ଵିତୀୟ ସାଂସଦ। ତାଙ୍କ ପୂର୍ବରୁ ଅଶୋକ ଗସ୍ତିଙ୍କର କିଛିଦିନ ତଳେ କରୋନାରେ ମୃତ୍ୟୁ ଘଟିଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories