www.samajalive.in
Monday, December 8, 2025
20.1 C
Bhubaneswar

କୋଭିଡ଼୍‍ କଟକଣାକୁ ଅଣଦେଖା ; ବାହାଘର ଉତ୍ସବ ପାଳନ କରି ବାପା-ପୁଅ ଗିରଫ

ଫୁଲବାଣୀ/ବାଲିଗୁଡା : କୋଭିଡ-୧୯ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଅଣଦେଖା କରି ଆଜି ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଂଚାୟତ ଅନ୍ତର୍ଗତ ତଗାକିଆ ଗ୍ରାମର ବାପ-ପୁଅ ଗିରଫ ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

ଖବର ପ୍ରକାରେ, ଗତକାଲି ସଂନ୍ଧ୍ୟାରେ ବାଟାଗୁଡା ପଂଚାୟତ ଅନ୍ତର୍ଗତ ତଗାକିଆ ଗ୍ରାମରେ ପରମେଶ୍ୱରଙ୍କ ଘରେ ତାଙ୍କ ପୁଅ ନକୁଳ ମଳିକଙ୍କ ବାହାଘର ରେବିଙ୍ଗିଆ ପଂଚାୟତ ଅନ୍ତର୍ଗତ ସାତାମାସ୍କା ଗ୍ରାମର ଲହଡା ମଲିକଙ୍‍କ ଝିଅ ସହ ବିବାହ ଉତ୍ସବ ଚାଲିଥିଲା। ହେଲେ କୋଭିଡ ନିୟମକୁ ଉଲ୍ଲଘନ କରି ଦୁଇ ଶହରୁ ଅଧିକ ବନ୍ଧୁବାବନ୍ଧବଙ୍କ ଉପସ୍ଥିତିରେ ଭୋଜିଭାତ ସହିତ ଚାଲିଥିଲା ନାଚଗୀତ ଆସର। କୌଣସି ପ୍ରକାର ଖବର ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ୍‍ ଟିମ୍‍ ପହଁଚିଥିଲା ଉକ୍ତ ବିବାହ ଉତ୍ସବରେ।ସେଠାରେ ଜମା ହୋଇଥିବା ଲୋକଙ୍କୁ ସେଠାରୁ ଘଉଡ଼ାଇବା ସହିତ ବାଜୁଥିବା ମାଇକସେଟକୁ ପୁଲିସ୍‍ ଜବତ କରିବା ସହିତ ବରପିତା ପରମେଶ୍ୱର ମଳିକ ଓ ବର ନକୁଳ ମଳିକଙ୍କୁ ଗିରଫ କରିଥିଲା। ଏନେଇ  ଏକ ମାମଲା ରୁଜୁକରି ଉଭୟ ବାପା-ପୁଅକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories