www.samajalive.in
Thursday, December 11, 2025
27.1 C
Bhubaneswar

ପାହାଡ଼ କାଟି ଝରଣା ପାଣି ଆଣିବାରେ ସଫଳ ବିନ୍ଧାଣି ‘ଲାଉଙ୍ଗି ଭୂୟାଁ’; ଟ୍ରାକ୍ଟର ଉପହାର ଦେଲେ ମହିନ୍ଦ୍ରା

ନୂଆଦିଲ୍ଲୀ : ଚାଷୀଟିଏ କେବେ ହାରେ ନାହିଁ। ଅଧିକ କଠିନ ଓ ଜଟିଳ ପରିସ୍ଥିତିକୁ ସାମ୍ନା କରେ। ସମସ୍ୟା ଭିତରେ ସମାଧାନର ବାଟ ଖୋଜେ। ସଂପ୍ରତି ସାମାଜିକ ଗଣମାଧ୍ୟମରେ ଏବେ ବିହାରର ଆଉ ଜଣେ ‘ମାନ୍‌ଜୀ’ଙ୍କୁ ନେଇ ଏବେ ଭରପୂର ଚର୍ଚ୍ଚା। ଗୟା ଜିଲା ଲାଥୁଆ ଅନ୍ତର୍ଗତ କୋଥିଲାୱା ଗ୍ରାମର ଏହି ବୟସ୍କ ଚାଷୀ ଲାଉଙ୍ଗି ଭୂୟାଁ ଦୀର୍ଘ ୩୦ ବର୍ଷ କାଳ କଠିନ ପରିଶ୍ରମ କରି ଏକାକୀ ୩ କିଲୋମିଟର ବ୍ୟାପୀ ଏକ ପାହାଡ଼ କାଟି କେନାଲ ଖୋଳି ନିଜ ଅଞ୍ଚଳକୁ ଝରଣା ପାଣି ଆଣିବାରେ ସଫଳ ହୋଇଥିବା ଖବର ପ୍ରକାଶ ପରେ ସଂପୃକ୍ତ ଚାଷୀଙ୍କୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇବା ସହିତ ଏକ ଟ୍ରାକ୍ଟର ଉପହାର ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି। ଉକ୍ତ ଚାଷୀଙ୍କ ସାକ୍ଷାତକାରରୁ ସେ ଜାଣିବାକୁ ପାଇଛନ୍ତି ଯେ, ଚାଷୀ ଲାଉଙ୍ଗିଙ୍କର ଏକ ଟ୍ରାକ୍ଟର ଲୋଡ଼ା। ଏଥିପାଇଁ ଲାଉଙ୍ଗିଙ୍କୁ ନିଜ କମ୍ପାନୀର ଟ୍ରାକ୍ଟରଟିଏ ଉପହାର ଦେବା ଲାଗି ପ୍ରଥମେ ଅନୁମତି ଲୋଡିଛନ୍ତି ଆନନ୍ଦ ମହିନ୍ଦ୍ରା। ଲାଉଙ୍ଗିଙ୍କ ଭଳି ପରିଶ୍ରମୀ କୃଷକଙ୍କ ଏହି କାର୍ଯ୍ୟ କୌଣସି ତାଜ୍‌ମହଲ କିମ୍ବା ପିରାମିଡ୍‌ ନିର୍ମାଣଠାରୁ କମ୍‌ ନୁହେଁ। ଯଦି ତାଙ୍କଠାରୁ ଟ୍ରାକ୍ଟର ଉପହାର ଲାଉଙ୍ଗି ଗ୍ରହଣ କରନ୍ତି, ତେବେ ସେ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ ବୋଲି ଶ୍ରୀ ମହିନ୍ଦ୍ରା କହିଛନ୍ତି। ସୂଚନାଯୋଗ୍ୟ, ଲାଉଙ୍ଗିଙ୍କ କେନାଲ ଖୋଳିବା ଅଭିଯାନ ସଂପର୍କରେ ସାମାଜିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ବହୁ ଟିଭି ଚ୍ୟାନେଲ ତାଙ୍କ ସାକ୍ଷାତକାର ନେଇଥିଲେ ସେଥିରେ ସେ କହିଥିଲେ ତାଙ୍କର ଆଉ କିଛି ଲୋଡ଼ା ନାହିଁ, କେମିତି ଗୋଟିଏ ଟ୍ରାକ୍ଟର କିଣିପାରିଲେ ଚାଷଜମିରୁ ଭଲ ଅମଳ କରିପାରିବେ। ଲାଉଙ୍ଗିଙ୍କ ଏଭଳି କଥା ଶୁଣିବା ପରେ ଶ୍ରୀ ମହିନ୍ଦ୍ରା ତାଙ୍କୁ ଟ୍ରାକ୍ଟରଟିଏ ଉପହାର ଦେଇଛନ୍ତି। ଲାଉଙ୍ଗିଙ୍କ କେନାଲ ଦ୍ବାରା ଏବେ ପାହାଡ଼ି ଝରଣା ଓ ବର୍ଷାଜଳ ସିଧାସଳଖ ଉକ୍ତ ପଞ୍ଚାୟତର ବହୁ ଜମିକୁ ଜଳସେଚିତ କରିପାରିଛି। ସରକାରୀ ସହାୟତା, ଗୋଷ୍ଠୀ ସାହାଯ୍ୟ ବିନା ଏକାକୀ ଲାଉଙ୍ଗିଙ୍କ ଏହି କାର୍ଯ୍ୟ ତାଜ୍‌ ମହଲ ନିର୍ମାଣ ଭଳି କାର୍ଯ୍ୟଠାରୁ ବି କିଛି କମ୍‌ ନୁହେଁ ବୋଲି ଟ୍ବିଟ୍‌ରେ ଛାଇ ହୋଇଯାଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories