www.samajalive.in
Monday, December 8, 2025
27.1 C
Bhubaneswar

୨୦୨୦ ଆଇପିଏଲ: ଉଦଘାଟନୀ ମ୍ୟାଚ ଜିତିବା ପାଇଁ ଚେନ୍ନାଇ ସୁପରକିଙ୍ଗସକୁ କରିବାକୁ ପଡ଼ିବ ୧୬୩

ଆବୁଧାବି : ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗର ୧୩ଶ ସଂସ୍କରଣ ଆଜିର ଉଦଘାଟନୀ ମ୍ୟାଚ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଆରମ୍ଭ ହୋଇଯାଇଛି। ଚେନ୍ନାଇ ସୁପର କିଙ୍ଗସ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୯ ଓ୍ବିକେଟ ହରାଇ ୧୬୨ ରନ ସଂଗ୍ରହ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବଲରେ ରୋହିତ ଶର୍ମା ଚାରି ରନ କରି ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ପରେ ମୁମ୍ବାଇ ଇଣ୍ଡିଆନ୍ସର ଦଳୀୟ ସ୍କୋର ୪୬ ରନ ହୋଇଥିବା ବେଳେ ରୋହିତ ଶର୍ମା ବ୍ୟକ୍ତିଗତ(୧୨) ରନ କରି ଆଉଟ ହୋଇଥିଲେ।  କ୍ବିଣ୍ଟନ ଡି’ କକ୍ (୩୩) , ସୂର୍ଯ୍ୟ କୁମାର ଯାଦବ (୧୭), ସୌରଭ ତିଓ୍ବାରୀ(୪୨) , ହାର୍ଦ୍ଦିକ ପାଣ୍ଡ୍ୟା (୧୪), କୃନାଲ ପାଣ୍ଡ୍ୟା(୩) , କିରନ ପୋଲାର୍ଡ (୧୮), ଜେମ୍ସ ପାଟିନସନ( ୧୧), ରାହୁଲ ଚହର ( ୨) ଓ ଯଶପ୍ରୀତ ବୁମରା(୫) ରନ କରି ଅପରାଜିତ ଥିବା ବେଳେ ଟ୍ରେଣ୍ଟ ବୋଲ୍ଟ କୌଣସି ରନ କରି ନ ପାରି ଆଉଟ ହୋଇଥିଲେ ।

ସେହିପରୁ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ପ୍ରଥମ ଓ୍ବିକେଟ ପିୟୂଷ ଚାଓ୍ବଲା ନେଇଥିଲେ। ଲୁଙ୍ଗି ନିଗିଡି ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ। ରବିନ୍ଦ୍ର ଜାଡେଜା ଓ ଦୀପକ ଚହର ୨ଟି ଲେଖାଏଁ ଓ୍ବିକେଟ ନେବାର ସଫଳ ହୋଇଥିବା ବେଳେ ସାମ କୁରାନ ଗୋଟିଏ ଓ୍ବିକେଟ ନେବାରେ ସଫଳ ହୋଇଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories