www.samajalive.in
Tuesday, December 9, 2025
17.1 C
Bhubaneswar

ବିଏସଏଫ ଯବାନ ଓ ନକ୍ସଲ ମୁହାଁମୁହିଁ, ୨ ଯବାନ ସହିଦ

ମାଲକାନାଗିରି: ଛତିଶଗଡ଼ର କଙ୍କେର୍ ଜିଲ୍ଲାରେ ବାରକୋଟ ଗାଁରେ ବିଏସଏଫ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ କନେଷ୍ଟବଳ ପ୍ରାଣ ହରାଇଥିବା ବେଳେ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଅଧିକ ଚିକିତ୍ସା ପାଇଁ ବିମାନ ଯୋଗେ ରାୟପୁର ନିଆଯାଇଛି। ସହିଦ ଦୁଇ କନେଷ୍ଟବଳ ହେଲେ ରାଜସ୍ଥାନର ଲୋକେନ୍ଦର୍ ସିଂହ ଏବଂ ପଞ୍ଜାବର ମୁକ୍ଧିଆର୍ ସିଂହ ଓ ଆହତ ଯବାନ ସନ୍ଦୀପ ଦେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ରବିବାର ସକାଳେ ବିଏସ୍ଏଫ୍ ୧୧୪ ବାଟାଲିୟାନ୍ ଯବାନ କୁମ୍ବଂ ଅପରେସନ ଚଳାଇଥିବା ବିଏସ୍ଏଫ୍ ମହଲ କ୍ୟାମ୍ପ୍ ଉପରକୁ ନକ୍ସଲମାନେ ଆକ୍ରମଣ କରିଥିଲେ। ପରେ ବିଏସ୍ଏଫ୍ ଯବାନମାନେ ପାଲଟା ଆକ୍ରମଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories